Mon. May 20th, 2024

ବଢୁଛି “ବାଇ-ଲ” ବିବାଦ: ପୁରୀ ପରେ ଭୁବନେଶ୍ୱରରେ ଅଧିନିୟମ ପ୍ରତ୍ୟାହାର ପାଇଁ ଜୋର ଧରିଛି ଦାବି

By amfnews Feb 10, 2021 #eatured
240 Views

ଭୁବନେଶ୍ୱର, ଫେବୃଆରୀ ୧୦ : ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଐତିହ ଅଧିନିୟମ ପ୍ରତ୍ୟାହାର ପରେ ଏବେ ଭୁବନେଶ୍ୱରରେ ଦୁଇଟି ମନ୍ଦିର ପାଇଁ ପ୍ରସ୍ତାବିତ ସମାନ ଅଧି ନିୟମକୁ ପ୍ରତ୍ୟାହାର ପାଇଁ ଦାବି ଜୋର ଧରିଛି ।

ତେବେ ଶ୍ରୀମନ୍ଦିର ଭଳି ଭୁବନେଶ୍ୱର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ସମାନ ବାଇ-ଲ ପ୍ରସ୍ତାବିତ ହୋଇଛି । ଏବଂ ତାହା ଏବେବି କାଏମ୍ ରହିଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । 

ତେବେ ଏହି ବାଇ-ଲ ଜଗନ୍ନାଥ ସଂସ୍କୃତି ଓ ନୀତିନିୟମରେ ପ୍ରଭାବ ପକାଇବା ଆଶଙ୍କା କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖାଯାଇଥିଲା । ଯାହା ପରେ ଏହି   ବାଇ-ଲ କୁ ପ୍ରତ୍ୟାହାର କରାଯାଇଛି ।

ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଅନ୍ୟ ମନ୍ତ୍ରୀ ମାନେ ଯାଇ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ବାଇ-ଲ ପ୍ରତ୍ୟାହାର ପାଇଁ ଜଣାଇଥିଲେ ଏବଂ ଏହାପରେ ବହୁ ବାଦବିବାଦ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରତ୍ୟାହାର କରାଗଲା ।

ତେବେ ଅନୂରୁପ ଭାବରେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଦେବୋତ୍ତର କମିଶନ୍ ସିଆର ମହାପାତ୍ର ଚିଠି ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ରାହାର କରିବା ପାଇଁ ଆବେଦନ କରିଥିଲେ ହେଲେ ଏହାକୁ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି । ଯାହାକୁ ନେଇ ଏବେ ବାଇ-ଲ ବିବାଦ ବଢିବାରେ ଲାଗିଛି ।

By amfnews

Related Post