Tue. Oct 13th, 2026

ଦୀର୍ଘ ୩୮୮ ଦିନ ପରେ ପଡିଆରେ ମ୍ୟାଚ ଦେଖିବେ ଭାରତୀୟ କ୍ରିକେଟ ଫ୍ୟାନ

403 Views

ଚେନ୍ନାଇ, ଫେବୃଆରୀ ୧୦ : ଦୀର୍ଘ ୩୮୦ ଦିନ ପରେ ଭାରତକୁ ଫେରିଲା ଆର୍ନ୍ତଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଶେଷଥର ପାଇଁ ମାର୍ଚ୍ଚ ମାସରେ ଭାରତରେ ଖେଳାଯାଉଥିବା ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ମହାମାରୀ କରୋନା ଯୋଗୁ ଅଧାରୁ ବାତିଲ କରାଯାଇଥିଲା । ଭାରତୀୟ ପ୍ରମିୟର ଲିଗ ମଧ୍ୟ ମହାମାରୀ କରୋନା ପାଇଁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ ହୋଇଥିଲା । ମହାମାରୀ କରୋନା ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ଭାରତୀୟ କ୍ରିକେଟ ବୋର୍ଡ ବିଳମ୍ବରେ କରିବା ସହ ରଣଜୀ ଟ୍ରଫିକୁ ବାତିଲ କରାଯାଇଛି । ଚେନ୍ନାଇର ଚେପକ ଷ୍ଟାଡିୟମରେ ଭାରତ – ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟ ବିନା ଦର୍ଶକରେ ଖେଳାଯାଇଥିଲା । ମାତ୍ର ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜର ଦ୍ୱିତୀୟ ଟେଷ୍ଟରେ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ଦର୍ଶକ ପଡିଆରେ ମ୍ୟାଚ ଦେଖିପାରିବେ ବୋଲି ଉଭୟ ଭାରତୀୟ କ୍ରିକେଟ ବୋର୍ଡ ଏବଂ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୀର୍ଘ ୩୮୮ ଦିନର ବ୍ୟବଧାନ ପରେ ପଡିଆରେ ମ୍ୟାଚ ଦେଖିପାରିବେ ଦର୍ଶକ । ଏହି ମ୍ୟାଚ ଆଉ ତିନି ଦିନ ପରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ପଡିଆକୁ ଦର୍ଶକଙ୍କୁ ଛଡାଯିବ । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା କିପରି ଦର୍ଶକ ମାନେ ପାଳନ କରିବେ ସେ ଦିଗରେ ତାମିଲନାଡୁ କ୍ରିକେଟ ଆସୋସିଏନ ବହୁ ତତ୍ପର ରହିଛି ବୋଲି ସଭାପତି ଏସ ରାମସ୍ୱାମୀ ସୂଚନା ଦେଇଛନ୍ତି ।

By amfnews

Related Post