Thu. Jun 11th, 2026

ବଢ଼ିଲା ଆୟକର ରିଟର୍ଣ୍ଣ ଅବଧିର ତାରିଖ

171 Views

ନୂଆଦିଲ୍ଲୀ  : ଆୟକର ରିଟର୍ଣ୍ଣ ଦାଖଲର ଅବଧି ଅଗଷ୍ଟ ୩୧କୁ ବୃଦ୍ଧି କଲେ କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର ଜମା କରିବା ପାଇଁ ସମୟ ପାଇବେ ବୋଲି ଆଶା ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯଦି କେହି ବ୍ୟକ୍ତି ଅଗଷ୍ଟ ୩୧ ପରେ ଆୟକର ଦାଖଲ କରନ୍ତି ତାହେଲେ ତାଙ୍କୁ ଜୋରିମାନା ଦେବାକୁ ପଡ଼ିବ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିଡିଏସ୍‌ ଷ୍ଟେଟ୍‌ମେଣ୍ଟ୍‌ ପ୍ରଦାନ କରିବା ବିଳମ୍ବିତ ହୋଇଥିବାରୁ ଆଇଟିଆର୍‌ ଦାଖଲ ସମୟ ସୀମା ବଢ଼ାଇବାକୁ ଦାବି ହେଉଥିଲା। ତେବେ ଯେଉଁ ବେତନଭୋଗୀ ଓ ସଂସ୍ଥାର ଖାତା ଅଡିଟ୍ ହେବ ନାହିଁ, ସେମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କହିଛି।

By amfnews

Related Post