Fri. May 17th, 2024

ଫେବୃଆରୀ ୨ରେ ସରକାର ଏବଂ କୃଷକଙ୍କ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା,ବାହାରିପାରେ ନିଷ୍କର୍ସ

By amfnews Jan 31, 2021 #Featured
85 Views

ନୂଆଦିଲ୍ଲୀ, ଜାନୁଆରୀ 31 :

୬୭ ଦିନରେ ପହଂଚିଲାଣି ସିଙ୍ଘୁ ସୀମାରେ କେନ୍ଦ୍ର ସରକାର ଆଣିଥିବା କୃଷି ନିୟମ ବିରୁଦ୍ଧରେ କୃଷକଙ୍କ ପ୍ରଦର୍ଶନ ତଥାପି ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରୁ ନାହିଁ । ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ମଧ୍ୟ କୃଷକମାନେ ଆଇନ୍ ଉଲ୍ଲଘଂନ କରିବା ଭଳି କାର୍ଯ୍ୟକଳାପ ବାରମ୍ବାର କରି ଆସୁଛନ୍ତି ।

ତେବେ ଏହାରି ଭିତରେ ଫେବୃଆରୀ ୨ ରେ କୃଷକ ଏବଂ କେନ୍ଦ୍ର ମଧ୍ୟରେ ପରବର୍ତ୍ତୀ ପର‌୍ୟ୍ୟାୟ ଆଲୋଚନା ହେବାର କାର‌୍ୟ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ, ଆଜି ଗାଜିପୁର ସୀମା (ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା) ରେ କୃଷକଙ୍କ ବିରୋଧର ୬୫ ତମ ଦିନ। ପୂର୍ବରୁ ପରିସ୍ଥିତି ସୃଷ୍ଟି ହେବା ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସୁରକ୍ଷା ବୃଦ୍ଧି କରାଯାଇଛି।

By amfnews

Related Post