Fri. Apr 24th, 2026

ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦିଲ୍ଲୀରେ ତ୍ରିରଙ୍ଗାର ଅପମାନକୁ ନେଇ କଲେ ଦୁଃଖପ୍ରକାଶ

284 Views

ନୂଆଦିଲ୍ଲୀ, ଜାନୁଆରୀ 31 :

ଅଲ୍ ଇଣ୍ଡିଆ ରେଡ଼ିଓର ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ  ନରେନ୍ଦ୍ର ମୋଦି ସମ୍ଭୋଧନ ଦେଇ କହିଛନ୍ତି ଯେ ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶର ଜନତାଙ୍କ ମନରେ ଗଭୀର ଆଘାତ ପହଂଚିଛି । କିନ୍ତୁ ଏହାକୁ ନେଇ କୃଷି ଆଇନକୁ ବିରୋଧ କରୁଥିବା ତଥା କୃଷକ ନେତା ରାକେଶ ଟିକାଇଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ତ୍ରିରଙ୍ଗା କ’ଣ କେବଳ ପ୍ରଧାନମନ୍ତୀଙ୍କର? ତ୍ରିରଙ୍ଗାକୁ ଦେଶର ସବୁ ଜନତାମାନେ ଭଲ ପାଆନ୍ତି ତେଣୁ ଯିଏ ବି ଏହି ତ୍ରିରଙ୍ଗର ଅପମାନ କରିଛି ତାକୁ ଶୀଘ୍ର ଧରିବା ଉଚିତ୍‌ଏହାକୁ ନେଇ ଦୁଃଖପ୍ରକାଶ କରିବା ସହ ଭାରତୀୟ କ୍ରିକେଟ ଦଳଙ୍କୁ ନେଇ ଖୁସି ମଧ୍ୟ ସାବ୍ୟସ୍ତ କରିଛନ୍ତି ମୋଦୀ ।

ସେ କହିଛନ୍ତି ଭାରତୀୟ ଦଳ କଠିନ ପରିଶ୍ରମ କରି ଶେଷରେ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ସେ ଆଉ ମଧ୍ୟ କହିଛନ୍ତି ଦେଶର ଅନେକ ଅଜଣା ଲୋକ ଏପରି କାମ କରିଛନ୍ତି ଯାହାଫଳରେ ଅନେକ ଲୋକଙ୍କ ସହ ଦେଶର ବିକାଶ ମଧ୍ୟ ହୋଇଛନ୍ତି ତେଣୁ ସେମାନେ ଚଳିତ ବର୍ଷ ପଦ୍ମ ପୁରସ୍କାର ସମ୍ମାନିତ ହୋଇଛନ୍ତି ।

ଏହାଛଡ଼ା କରୋନା ଭୂତାଣୁ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି ଭାରତରେ ସର୍ବବୃହତ୍ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ମାତ୍ର ୧୫ ଦିନରେ ୩୦ ଲକ୍ଷରୁ ଅଧିକ କରୋନା ଯୋଦ୍ଧାଙ୍କୁ ଟିକାଦାନ କରାଯାଇଛି। ଆମେରିକାରେ ଏଥିପାଇଁ ୧୮ ଦିନ ଏବଂ ବ୍ରିଟେନରେ ୩୬ ଦିନ ସମୟ ଲାଗିଥିବା ବେଳେ ଭାରତରେ ଟିକାକରଣ ଅଭିଯାନ ଅଧିକ ବେଗରେ ଜାରି ରହିଛି ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି 

By amfnews

Related Post