Sat. May 18th, 2024

ଫେକ୍ ନ୍ୟୁଜ୍ ପ୍ରଚାର ପ୍ରସାର କଲେ ସ୍ୱୀକୃତି ହରାଇବେ ସାମ୍ବାଦିକ, ନିର୍ଦ୍ଦେଶ ଦେଲେ ସରକାର

rout.subhashree22@gmail.com' By Subhashree Rout Apr 3, 2018 #Featured
119 Views

ଗତ ସୋମବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସ୍ୱୀକୃତି ସମ୍ପର୍କୀତ ଏକ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏହି ଗାଇଡ୍ ଲାଇନ୍ରେ ଫେକ୍ନ୍ୟୁଜ୍କୁ ରୋକିବା ପାଇଁ ବହୁ ନୂତନ ନିୟମମାନକୁ ସାମିଲ କରାଯାଇଛି । ଏହାସହ ଗାଇଡ୍ଲାଇନ୍ରେ ସାମ୍ବାଦିକମାନଙ୍କ ସ୍ୱୀକୃତି ରଦ୍ଦ କଲା ଭଳି କଡା ନିୟମ ମଧ୍ୟ ସ୍ଥାନ ପାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଯଦି ଫେକ୍ନ୍ୟୁଜ୍ ସମ୍ପର୍କୀତ କିଛି ଅଭିଯୋଗ ଆସେ ଏବଂ ତାହା ମୁଦ୍ରିତ ଗଣମାଧ୍ୟମ ସହ ଜଡିତ ହୋଇଥାଏ, ତେବେ ତାହାକୁ ପିସିଆଇ(ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ)କୁ ପଠାଯିବ । ସେହିପରି ଅନୁରୂପ ଭାବେ ଯଦି ବୈଦ୍ୟୁତିକ ଗଣମାଧ୍ୟମରୁ ଫେକ୍ନ୍ୟୁଜ ଅଭିଯୋଗ ଆସେ ତେବେ ତାହାକୁ ଏନ୍ବିଏ (ନ୍ୟୁଜ ବୋଡ୍କାଷ୍ଟର୍ସ ଆସୋସିଏସନ୍)କୁ ପଠାଇ ଦିଆଯିବ । ଏହା ଫେକ୍ନ୍ୟୁଜ କି ନୁହେଁ ଏ ବାବଦକୁ ଏହି ଦୁଇ ସଂସ୍ଥା ନିଷ୍ପତ୍ତି ନେବେ । ଫେକ୍ନ୍ୟୁଜ ମାମଲାରେ ପିସିଆଇ ଓ ଏନ୍ବିଏ ସମସ୍ତ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ସୂଚନା ଦେଇଛନ୍ତି । ତେବେ ଏପରି ନିଷ୍ପତ୍ତି ପରେ ଅନେକ ମିଡିଆ ସଂସ୍ଥାରେ ଏହା ବିରୁଦ୍ଧରେ ବିରୋଧର ସ୍ୱର ଉଠିଲାଣି ।

Related Post