Sat. May 4th, 2024

କାଲିଫୋର୍ଣ୍ଣିଆ ସ୍ଥିତ ୟୁଟ୍ୟୁବ୍ ମୁଖ୍ୟାଳୟରେ ଗୁଳିଚାଳନା, ୪ ଗୁରୁତର, ମହିଳା ଆକ୍ରମଣକାରୀ ମୃତ

rout.subhashree22@gmail.com' By Subhashree Rout Apr 4, 2018 #Featured
321 Views

ଗତ ମଙ୍ଗଳବାର ଜଣେ ମହିଳା କାଲିଫୋର୍ଣ୍ଣିଆ ସ୍ଥିତ ୟୁଟ୍ୟୁବ୍ ର ମୁଖ୍ୟ କାର୍ଯ୍ୟାଳୟରେ ଗୁଳି ଚାଳନା କରିଥିଲେ । ଉକ୍ତ ମହିଳାଙ୍କ ଗୁଳି ଚାଳନାରେ ପାଖାପାଖି ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ଚାଲିଛି । ସୂଚନା ଅନୁସାରେ ମହିଳା ଜଣକ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ୟୁଟ୍ୟୁବ୍ କାର୍ଯ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୁଳି ଚାଳନା ପରେ ୟୁଟ୍ୟୁବ୍ ମୁଖ୍ୟାଳୟରେ ଥିବା ଲୋକମାନେ ଦୌଡିବାକୁ ଲାଗିଥିଲେ । ପୋଲିସ ଲୋକମାନଙ୍କୁ ଉକ୍ତ ଅଞ୍ଚଳଠାରୁ ଦୂରେଇ ରହିବାକୁ କହିଛି । ଏହାପରେ ୟୁଟୁବ୍ ଅଫିସକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

Related Post