Thu. Sep 24th, 2026

ଫାସ୍‌ଟ୍ୟାଗ୍ ମାସେ କୋହଳ, ୨୫% ଲେନ୍ ହେବ ହାଇବ୍ରିଡ୍

209 Views

ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ‌୍‌ ଗେଟ୍ ଗୁଡ଼ିକରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ ଫାସଟ୍ୟାଗ୍ ଲେନ୍‌ରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ। କିନ୍ତୁ ପରେ ଏହାକୁ ଡିସେମ୍ବର ୧୫କୁ ଘୁଞ୍ଚାଯାଇଥିଲା। ତେବେ ଏବେ ପୁଣି ମାସେ କୋହଳ ହୋଇଛି।

ଏହି ସମୟ ମଧ୍ୟରେ ଟୋଲ ପ୍ଲାଜାର ୨୫% ଲେନ୍‌କୁ ଅସ୍ଥାୟୀ ଭାବେ ହାଇବ୍ରିଡ୍‌ ଲେନ୍‌ରେ ପରିଣତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଫଳରେ ଏହି ଲେନ୍‌ରେ ଉଭୟ ଫାଷ୍ଟଟ୍ୟାଗ୍ ସମେତ ଅନ୍ୟ ପେମେଣ୍ଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଟୋଲ ପ୍ଲାଜାରେ ଗାଡ଼ିର ଭିଡ଼କୁ ଦୃଷ୍ଟିରେ ରଖି୨୫ ପ୍ରତିଶତ ଫାସଟ୍ୟାଗ୍ ଲେନକୁ ହାଇବ୍ରିଡ୍ ଲେନରେ ପରିଣତ କରାଯାଇ ପାରିବ। ଫାସଟ୍ୟାଗ୍ ଲେନ୍ ଯେଭଳି ୭୫ ପ୍ରତିଶତରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଲୋକେ ଯେଭଳି ଅସୁବିଧାରେ ନପଡ଼ିବେ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।

By amfnews

Related Post