Sun. May 19th, 2024

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପବାସ

By amfnews Apr 12, 2018 #Featured
153 Views

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ବ୍ୟାପୀ ଉପବାସକୁ ଯାଇଛନ୍ତି । ହୋ ହଲା ଯୋଗୁଁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବାବେଳେ ଏହାର ବିରୋଧ ସ୍ୱରୂପ ପ୍ରଧାନମନ୍ତ୍ରୀ ଉପବାସ କରିବେ । ମୋଦିଙ୍କ ସହ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଦଳର ଅନ୍ୟାନ୍ୟ ନେତା ମଧ୍ୟ ଉପବାସ କରିବେ । ୨ ଦିନ ତମାମ ନିର୍ଦ୍ଦାରିତ ସରକାରୀ କାର୍ଯ୍ୟରେ ନିୟୋଜିତ ରହିବେ । ସରକାରୀ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ମୋଦି ନଜର ରଖିଛନ୍ତି । କର୍ଣ୍ଣାଟକର ହୁଗୁଳି ଠାରେ ଦଳୀୟ ନେତାଙ୍କ ସହ ଶାହ ଅନଶନରେ ବସିବେ । ଉପାସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନତା ପାର୍ଟିର ସାଂସଦ ଏବଂ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ପ୍ରତିନିଧିମାନେ ଲୋକତନ୍ତ୍ରର କଣ୍ଠରୋଧ ଉଦ୍ୟମ ବିରୁଦ୍ଧରେ ଉପବାସ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ବିରୋଧୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ଷମତା ନିଶାରେ ଗଣତନ୍ତ୍ରର ହତ୍ୟା କରାଯାଇଛି । ସେମାନଙ୍କର ଏହି ଅପରାଧକୁ ସର୍ବସାଧାରଣଙ୍କୁ ଆଣିବା ପାଇଁ ଉପବାସ କରିବି ।

ଭାଜପାର ସାଂସଦ ଓ ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ଉପବାସ ପାଳନ କରୁଥିବାବେଳେ ଓଡ଼ିଶା ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀର କଥା ଶୁଣାଯାଉ ନଥିବାରୁ ବିଜେପିର ପାଇକମାଳ ବିଧାୟକ ପ୍ରଦୀପ ପୁରୋହିତ ଉପାସରେ ବସିବା ଘୋଷଣା କରିଛନ୍ତି ।

ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀଠାରେ ଉପବାସ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, ମେନକା ଗାନ୍ଧୀ, ସାଂସଦ ମିନାକ୍ଷୀ ଲେଖି ଦିଲ୍ଲୀ ହନୁମାନ ମନ୍ଦିରରେ ଉପବାସ ରଖିବେ ।

By amfnews

Related Post