Tue. Sep 29th, 2026

ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ଶୀଲା ଦୀକ୍ଷିତ!

351 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀର ସାତଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ସ୍ଥିର କରିସାରିଲେଣି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଏଣେ ଦକ୍ଷିଣ ଦିଲ୍ଲୀରୁ ଅଲିମ୍ପିକ୍‌ ବିଜେତା ମଲ୍ଲଯୋଦ୍ଧା ସୁଶୀଲ କୁମାର ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ।

ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍‌ବଲ ଚାନ୍ଦିନୀଚୌକିରୁ ନିର୍ବାଚନ ଲଢିବାକୁ ଆଗ୍ରହ ଦେଖାଉ ନାହାଁନ୍ତି। ଏ ଦୃଷ୍ଟିରୁ ସେହି ଆସନରେ କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇପାରେ ବୋଲି କୁହାଯାଏ।

କଂଗ୍ରେସ ସୂତ୍ରରୁ ଜଣାଯାଇଛି ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଶୀଲା ଦୀକ୍ଷିତଙ୍କ ପରାମର୍ଶକ୍ରମେ ଦଳ ଆମ ଆଦ୍‌ମି ପାର୍ଟି ସହ ମେଣ୍ଟ କରିବାର ନିଷ୍ପତ୍ତିକୁ ବଦଳାଇଛନ୍ତି, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ଅନ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ନିଷ୍ପତ୍ତି ଖୁବ୍‌ଶୀଘ୍ର ନେବ ଓ ସମସ୍ତ ନାମ ଘୋଷଣା ହେବ।

By amfnews

Related Post