Mon. Sep 7th, 2026

କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ ପାଇଁ ଚକ୍ରାନ୍ତ କରୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

391 Views

ଫୁଲବାଣୀ: କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି। ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। ଆମ ସରକାର ଆସିବାର ପ୍ରଥମ ଦିନ ପୁଣି କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳିବ ବୋଲି ଶନିବାର ଦିନ ଫୁଲବାଣୀର ତୁମୁଡ଼ିବନ୍ଧ ଠାରେ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କନ୍ଧମାଳ ସଂସଦୀୟ କ୍ଷେତ୍ରକୁ ମାରାଥନ୍‌ ପ୍ରଚାରରେ ଯାଇଥିବା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌। କେନ୍ଦ୍ର ଓଡ଼ିଶାକୁ କୌଣସି ସହଯୋଗ କରୁନି, ଭୋଟ୍‌ ମାଗିବାକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି।

ଏଠାରୁ ମୁଖ୍ୟମନ୍ତ୍ରୀ ଧରାକୋଟ ଅଭିମୁଖେ ଯାଇ ରୋଡ୍‌ ସୋ’ କରିବା ସହ ଅନ୍ୟ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବେ।

By amfnews

Related Post