Tue. Sep 29th, 2026

ପୂର୍ବତନ ଆଇପିଏଲ୍‌ ବସ୍‌ ଲଳିତ ମୋଦିଙ୍କ ପତ୍ନୀ ବିୟୋଗ

582 Views

ନୂଆଦିଲ୍ଲୀ, ଡିସେମ୍ବର ୧୧ : ‘‘ତୁମେ ଥିଲ ମୋ ଜୀବନ ଓ ମୋ ଯାତ୍ରା’’ ସୋମବାର, ଡିସେମ୍ବର ୧୦ ତାରିଖ ଦିନ ପତ୍ନୀ ମିନାଲ୍‌ଙ୍କ ମୃତ୍ୟୁ ଖବର ଘୋଷଣା କରି ଲେଖିଛନ୍ତି ପୂର୍ବତନ ଆଇପିଏଲ୍‌ ଚେୟାର୍‌ମ୍ୟାନ୍‌ ଲଳିତ ମୋଦି।

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ର ପୂର୍ବତନ ଚେୟାର୍‌ମ୍ୟାନ୍‌ ୫୩ ବର୍ଷିୟ ମୋଦି କଳାଟଙ୍କା ଧଳାକରିଥିବା ଅଭିଯୋଗ ହେବା ପରେ ଭାରତ ଛାଡ଼ି ଯାଇଥିଲେ।

ମଙ୍ଗଳବାର ସକାଳେ ସେ ଏକ ଟୁଇଟର୍‌ ପୋଷ୍ଟ୍‍ରେ ଲେଖିଛନ୍ତି: ମୋ ସ୍ନେହ, ମୋ ଜୀବନ, ମୋ ଆତ୍ମାରସାଥୀ… ଶେଷରେ ତୁମେ ଶାନ୍ତି ଲାଭିଲ। ମୁଁ ନିଶ୍ଚିତ ତୁମେ ଆମକୁ ଦେଖୁଥିବ।

ତୁମକୁ ପ୍ରତିଶ୍ରୁତି ଦେଇଥିବା ଅନୁସାରେ ମୁଁ ଆମ ପିଲାମାନଙ୍କୁ ସୁରକ୍ଷା ଦେବି, ଲାଳନପାଳନ କରିବି ଓ ସ୍ନେହ ଦେବି। ମୁଁ ଜାଣେ ତୁମେ ସବୁବେଳେ ଅଛ… ପ୍ରିୟତମା ଏଇଟା ଖୁବ୍‌ କଷ୍ଟସାଧ୍ୟ। କିନ୍ତୁ, ଟାଣୁଆ ହେବାକୁ ତୁମେ ଆମକୁ ଶିଖାଇଛ।

ପତ୍ନୀଙ୍କ ମୃତ୍ୟୁର କାରଣ କ’ଣ ତାହା ମୋଦି କହି ନାହାନ୍ତି। କିନ୍ତୁ, ତାଙ୍କ ପତ୍ନୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

By amfnews

Related Post