Sun. Sep 6th, 2026

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ସିଏନ୍‌ ବାଲକୃଷ୍ଣନ୍‌

396 Views

ତିରୁବନନ୍ତପୁରମ୍‌, ଡିସେମ୍ବର ୧୧: ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେରଳ ମନ୍ତ୍ରୀ ସି. ଏନ୍‌. ବାଲକୃଷ୍ଣନ୍‌ ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା କଥା ମଙ୍ଗଳବାର ଦିନ ଦଳ ତରଫରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବିଶେଷ ସୂତ୍ରରୁ ପ୍ରକାଶ।

ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ କେ. କରୁଣାନିଧିଙ୍କ ଦୀର୍ଘଦିନର ସହଯୋଗୀ ବାଲକୃଷ୍ଣ ୧୭ ବର୍ଷ ଧରି ତ୍ରିସୁର ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ। ସେ ଦୀର୍ଘଦିନ ଧରି କଂଗ୍ରେସ ରାଜ୍ୟ ୟୁନିଟ୍‌ର କୋଷାଧ୍ୟକ୍ଷ ମଧ୍ୟ ରହି ଆସିଥିଲେ।

୨୦୧୧ରେ ବାଲକୃଷ୍ଣ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ିଥିଲେ ଓ ଉମ୍ମେନ୍‌ ଚାଣ୍ଡିଙ୍କ କ୍ୟାବିନେଟ୍‌ରେ ସମୟବାୟ ମନ୍ତ୍ରୀ ହୋଇଥିଲେ।ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

By amfnews

Related Post