Sat. Sep 5th, 2026

ପୁଣି ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ,ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲା

262 Views

ଭୁବନେଶ୍ବର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୪୭, ଖୋର୍ଦ୍ଧାରୁ ୧୦୭ ,କୋରାପୁଟରୁ ୪୫, ଯାଜପୁର ଓ ଜଗତସିଂହପୁରରୁ ୪୦ ଲେଖାଏଁ, ଗଜପତିରୁ ୩୯, ବାଲେଶ୍ବରରୁ ୩୩, କଟକରୁ ୨୭ , ସମ୍ବଲପୁରରୁ ୨୫, ଅନୁଗୁଳରୁ ୨୨, ମାଲକାନଗିରିରୁ ୧୮, ସୁନ୍ଦରଗଡ଼ରୁ ୧୭ ,ପୁରୀରୁ ୧୪, ମୟୂରଭଞ୍ଜରୁ ୧୨, ନୟାଗଡ଼ରୁ ୧୦, ରାୟଗଡ଼ା ଓ ବୌଦ୍ଧରୁ ୮ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭, ଭଦ୍ରକରୁ ୫, ବଲାଙ୍ଗିରରୁ ୪ , ବରଗଡ଼ରୁ ୩, କଳାହାଣ୍ଡିରୁ ୨, ନବରଙ୍ଗପୁର, ଢେଙ୍କାନାଳ ଓ କେନ୍ଦୁଝରରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮୧ ରହିଛି।

By amfnews

Related Post