Sat. May 4th, 2024

ପୁଅ ସାମ୍ନାରେ ସିଗାରେଟ୍ ପିଇ ଟ୍ରୋଲ୍ ହେଲେ ଅଜୟ

rout.subhashree22@gmail.com' By Subhashree Rout Apr 4, 2018 #Featured
145 Views

ସୁପରଷ୍ଟାର ଅଜୟ ଦେବଗନ ଫିଲ୍କ ରେଡ୍ ରେ ସଫଳତା ପାଇବା ପରେ ବିଦେଶରେ ପରିବାର ସହ ଛୁଟି କଟାଉଛନ୍ତି । ଅଜୟ ୪୯ତମ ଜନ୍ମଦିନ ପାଳିବା ପାଇଁ ପୁଅ, ଝିଅ ଓ କତ୍ନୀ କାଜୋଲ୍ଙ୍କ ସହ ପାରିିସ୍ ଯାଉଛନ୍ତି । ନିକଟରେ ଅଜୟ ନିଜ ପୁଅଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକୁ କି ତାଙ୍କ ପତ୍ନୀ ମଧ୍ୟ ଲାଇକ୍ କରିଥିଲେ । ମାତ୍ର ଏହି ଫଟୋଟି କାରଣରୁ ପ୍ରଶଂସକଙ୍କ ପାଖରେ ଟ୍ରୋଲ୍ ହୋଇଛନ୍ତି ଏହି ସୁପରଷ୍ଟାର ।
ଫଟୋରେ ଅଜୟ ଦେବଗନଙ୍କ ଗୋଟିଏ ପଟେ ତାଙ୍କ ପୁଅ ଥିବା ବେଳେ ଅନ୍ୟ ହାତରେ ସେ ସିଗାରେଟ୍ ଧରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଦେଖିବା ପରେ ଲୋକମାନେ ଅଜୟଙ୍କୁ ବାପା ହେବାର ଦାୟିତ୍ୱ ମନେପକାଇଛନ୍ତି । ପ୍ରଶଂସକମାନେ କହିଛନ୍ତି ଅଜୟଙ୍କୁ ତାଙ୍କ ପୁଅ ସାମ୍ନାରେ ସିଗାରେଟ୍ ପିଇବାର ନଥିଲା । ଏହା ତାଙ୍କ ପୁଅ ଉପରେ ଖରାପ ପ୍ରଭାବ ପକାଇବ ବୋଲି ପ୍ରଶଂସକମାନେ କହିଛନ୍ତି ।

Related Post