Sat. May 18th, 2024

ଏସସି ଏସଟି ଆଇନ୍ ଉପରେ ରହିତାଦେଶ ଜାରିକୁ ନାକଚ କଲେ ସର୍ବୋଚ୍ଚ ନ୍ୟାୟାଳୟ

By amfnews Apr 4, 2018 #Featured
175 Views

ସୁପ୍ରିମକୋର୍ଟ ଏସସି/ଏସଟି ନିର୍ଯ୍ୟାତନା ନିବାରଣ ଆଇନ ସଂଶୋଧନ ରାୟରେ ରହିତାଦେଶ ଜାରିକୁ ନାକଚ କରିଛନ୍ତି । ଏବେ ଦେଶବ୍ୟାପୀ ଏହି ମାମଲାକୁ ନେଇ ଦଳିତ ଆନ୍ଦୋଳନ ଚାଲିଥିବାରୁ ରହିତାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଏକେ ଗୋଏଲ ଓ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଗତ ୨୦ ତାରିଖର ରାୟକୁ ପୁର୍ନବିଚାର ପାଇଁ ଦାଏର ହୋଇଥିବା ପିଟିସନର ଶୁଣାଣୀ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମାନ୍ୟବର ଖଣ୍ଡପୀଠ କହିଛନ୍ତି କି ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ନିବାରଣ ଆଇନକୁ ସୁପ୍ରିମକୋର୍ଟ ବିରୋଧ କରୁନାହାନ୍ତି, ବରଂ ଏହାଦ୍ୱାରା ଦଣ୍ଡ ପାଉଥିବା ନିର୍ଦ୍ଦେର୍ାଷଙ୍କ ସପକ୍ଷରେ ରାୟ ଦେଇଛନ୍ତି । କାହାରି ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ଓ ଯେପରି କୌଣସି ନିର୍ଦ୍ଦୋଷ ଦଣ୍ଡ ନପାଏ ସେଥିପ୍ରତି ସର୍ବୋଚ୍ଚ ନ୍ୟାୟାଳୟ ଦୃଷ୍ଟି ରଖିଛନ୍ତି । ଏହି ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଓ ମତ ଦେବାକୁ ସମସ୍ତ ପକ୍ଷଙ୍କୁ ୨ ଦିନର ମହଲତ ଦିଆଯାଇଛି । ଏହାସହ ଆସନ୍ତା ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

By amfnews

Related Post