Thu. Jun 11th, 2026

ପୁଅକୁ ଲୋକସଭା ଟିକେଟ୍‌ ଦେବାକୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଲବି, ବାଟ ଓଗାଳୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌

290 Views

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ନିଜ ପୁଅକୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍‌ ଦେବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। ତେବେ ଏହାକୁ ବିରୋଧ କରୁଛନ୍ତି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ । ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍‌ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଅଛନ୍ତି। ସେ ସବାଇ ମାଧୋପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

ଏ ସଂପକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି ପୁଅ ବୈଭବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ରହିଛି। ପାଞ୍ଚ ବର୍ଷ ତଳେ ଯେତେବେଳେ କଂଗ୍ରେସ ଦଳ ନିର୍ବାଚନରେ ପରାଜୟ ବରଣ କରିଥିଲା। ସେତେବେଳେ ବୈଭବ ଜଲୌର୍‌ -ସିରୋହୀରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଟିକେଟ ମିଳିନଥିଲା। ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୈଭବଙ୍କୁ ଏଥର ଲୋକସଭା ପାଇଁ ଟିକେଟ୍‌ ଦେବେ, ତେବେ ସେ ନିର୍ବାଚନ ଲଢିବେ।

ଏଣେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରିୟ ବୋଲି କୁହାଯାଉଥିବା ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ବୈଭବ ଗେହଲଟ୍‌ଙ୍କୁ ଟିକେଟ୍‌ ନ ଦେବାଲାଗି ରାହୁଲଙ୍କୁ ପ୍ରବର୍ତ୍ତାଇଥିବା ଚର୍ଚ୍ଚା ହେଉଛି।

By amfnews

Related Post