Thu. Jul 30th, 2026

ନବୀନଙ୍କୁ ଭେଟିବା ପରେ ବିଦାଦୀୟ ପରିସ୍ଥିତିରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ମହାରଥୀ କହିଲେ, ‘ମୁଁ ଲଢ଼ିବି’

327 Views

ଭୁବନେଶ୍ୱର: ଚଳିତ ନିର୍ବାଚନ ଲଢିବି ବୋଲି ବିବାଦ ଘେରରେ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ସେ ଆଜି ନବୀନ ନିବାସରେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ୧୯୮୫ ମସିହା ଠାରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମହାରଥୀ ଦଳୀୟ ଟିକେଟ ପାଇଁ ଲବି କରିଥିବାର ଦଳୀୟ ସୂତ୍ରରୁ ପ୍ରକାଶ।

ଶ୍ରୀ ମହାରଥୀଙ୍କୁ ଗତ ଜାନୁୟାରୀ ୬ ତାରିଖରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ। ଅଦାଲତରୁ ପିପିଲି ଗଣଧର୍ଷଣ ମାମଲାର ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ମହାରଥୀ ତାତ୍ସଲ୍ୟ କରି କହିଥିଲେ ଯେ,‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।’

ମହାରଥୀଙ୍କ ଏପରି ବୟାନ ଶୁଣିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କଂଗ୍ରେସ ଓ ବଜେପି ପକ୍ଷରୁ ଦାବି ହୋଇଥିଲା। ମହିଳା କଂଗ୍ରେସ ପ୍ରଦୀପଙ୍କ ପୋଷ୍ଟରକୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚା ମଧ୍ୟ ପ୍ରଦୀପଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇ ଥିଲା।

ଇସ୍ତଫା ଦେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଇସ୍ତଫା ପଛର କାରଣ ପ୍ରକାଶ କରିଥିଲେ ତାଙ୍କୁ ଇସ୍ତଫା ଦେବା ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ବାଧ୍ୟ କରିନାହାନ୍ତି ବରଂ ସେ ନିଜ ଇଚ୍ଛା ମୁତାବକ ଏପରି ନିଷ୍ପତ୍ତି ନେଇଛନ୍ତି ।

By amfnews

Related Post