Thu. Jul 16th, 2026

ପାନପୋଷ ଉପଜିଲାପାଳଙ୍କୁ ଭେଟିଲେ ବିଧାୟକଙ୍କ ପ୍ରତିନିଧି ଦଳ

373 Views

ରାଉରକେଲା: ବିଧାୟକ ଦିଲୀପ ରାୟଙ୍କ ନିର୍ଦ୍ଦେଶକ୍ରମେ ପାନପୋଷ ଉପଜିଲାପାଳ ଭାବେ ଯୋଗ ଦେଇଥିବା ବିଶ୍ୱଜିତ ମହାପାତ୍ରଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳରେ ହରିହର ରାଉତରାୟ, ରମେଶ ବଳ, ରଂଜିତ ନାୟକ, ମାନସ ମହାପାତ୍ର, ମାଣିକ ଚୋ÷ଧୁରୀ, ପ୍ରିନ୍ସ ଦାସ, ସବିତା ଖାତୁନ, ସୁମିତା ଦାସ, ରସିଦ ଆସଲାମ, ଇରସାଦ ଖାନ, ଜେଣ୍ଟଲ ପରିଡ଼ା, ଧୀର ଦାସ, ତାରା କ୍ରିଷ୍ଣା, ମନୋଜ ପ୍ରଧାନ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଉପଜିଲାପାଳଙ୍କୁ ସ୍ୱାଗତ କରିଥିଲେ ।

ପାନପୋଷ ଉପଖଣ୍ଡ ବିଶେଷକରି ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟକ୍ରମରେ ବିଧାୟକଙ୍କ ଗଠନମୂଳକ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବାତାବରଣ ସହିତ ଚାପମୁକ୍ତ ଶିକ୍ଷା, ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମଙ୍କ ଭତ୍ତା ପାଇଁ ଆବେଦନକାରୀଙ୍କ ଦରଖାସ୍ତକୁ ମଞ୍ଜୁର କରିବା, ରାଉରକେଲା ନିର୍ବାଚନମଣ୍ଡଳୀର ଭତ୍ତା ସମ୍ପର୍କିତ କୋଟା ପୂରଣ କରିବା ନେଇ ଅନୁରୋଧ କରାଯାଇଥିଲା ।ଶ୍ରୀ ମହାପାତ୍ର ଉନ୍ନୟନମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଥିବା ବିଧାୟକଙ୍କ ମୁଖପାତ୍ର ରମେଶ ବଳ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।

Related Post