Thu. Jul 9th, 2026

‘ପାଟକୁରାରେ ବିଜେଡି ନିଶ୍ଚିତ ଜିତିବ’

189 Views

ଭୁବନେଶ୍ୱର : ନବୀନ ନିବାସରେ ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଗେମ୍ ପ୍ଲାନ୍। ଏହି ନିର୍ବାଚନ ପାଇଁ  ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ସଞ୍ଜୟ କହିଥିଲେ,“ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିର ବିବାଦକୁ ନେଇ ଆଲୋଚନା ହୋଇଛି। ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ। ପାଟକୁରାରୁ ଏଥର ବି ବିଜେଡି ଜିତିବା ଏକରକମ ନିଶ୍ଚିତ।”

ତେବେ ପାଟକୁରା ନିର୍ବାଚନର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାର୍ଶାଘାଇ ବ୍ଳକ ପାଇଁ ଅତନୁ ନାୟକ ଓ ଗରଦପୁର ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି।ବୈଠକରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ନାୟକ, କିଶୋର ତରାଇ ଏବଂ ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୦ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ।

By amfnews

Related Post