Sat. Aug 8th, 2026

କର୍ଣ୍ଣାଟକ ସଂକଟରେ ବିଜେପିର କୌଣସି ଭୂମିକା ନାହିଁ: ରାଜନାଥ ସିଂହ

213 Views

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ନେଇ ଉପୁଜିଥିବା ସଂକଟରେ ବିଜେପିର କିଛି କରିବାର ନାହିଁ ବୋଲି ସୋମବାର ଲୋକସଭାରେ ନିଜର ମତ ଦେଇ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପ୍ରସଂଗରେ ମଧ୍ୟ ସିଂହ ନିଜର ମତ ରଖିଛନ୍ତି। ରାହୁଲଙ୍କ ନିକଟରୁ ହିଁ ଏହି ଇସ୍ତଫା ପର୍ବ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ବିଜେପି ଘୋଡ଼ା ବେପାର ରାଜନୀତିରେ ବିଶ୍ୱାସ ରଖେ ନାହିଁ ବୋଲି କହିବା ସହ କଂଗ୍ରେସର ବରିଷ୍ଠ ନେତାମାନଙ୍କର ଏହି ଇସ୍ତଫା ପର୍ବ ପାଇଁ ସେ ରାହୁଲଙ୍କୁ ଦାୟୀ କରିଛନ୍ତି। ରାହୁଲ ହିଁ ଏହା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।ଶ୍ରୀ ସିଂହ କହିଛନ୍ତି, ‘କର୍ଣ୍ଣାଟକରେ ଯାହା ବି କିଛି ହେଉଛି ଆମ ଦଳରେ ସେଥିରେ କୌଣସି ନେଣଦେଣ ନାହିଁ। ଆମ ଦଳ ପୂରାପୂରି ଭାବେ ସଂସଦୀୟ ଲୋକତନ୍ତ୍ରର ଗାରିମା ପାଇଁ ପ୍ରତିବଦ୍ଧ।’ ଉଲ୍ଲେଖଯୋଗ୍ୟ, ୧୩ ମାସ ପୁରୁଣା ଏହି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରରୁ କର୍ଣ୍ଣାଟକର ୧୧ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି।

By amfnews

Related Post