Mon. May 20th, 2024

ପାକ୍ ର ଦୋମୁହାଁ ନୀତି ଉପରେ ଆମେରିକା କ୍ଷୁବ୍ଧ, ହାଫିଜ ପାର୍ଟିକୁ ଆତଙ୍କି ସଙ୍ଗଠନ ଘୋଷଣା କଲା ଆମେରିକା

rout.subhashree22@gmail.com' By Subhashree Rout Apr 3, 2018 #Featured
199 Views

ପାକିସ୍ତାନକୁ ଆଉ ଏକ ଝଟ୍କା ଦେଇଛି ଆମେରିକା । ପାକ୍ ସାଧାରଣ ନିର୍ବାଚନ ପୂର୍ବରୁ ଏମ୍ଏମ୍ଏଲ୍(ମିଲ୍ଲି ମୁସ୍ଲିମ ଲିଗ୍)କୁ ଏକ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ବୋଲି ଘୋଷଣା କରିଛି ଆମେରିକା । ଏମ୍ଏମ୍ଏଲ୍ ମୋଷ୍ଟ ୱାଣ୍ଟେଡ୍ ଆତଙ୍କି ହାଫିଜ ସଇଦର ନେତୃତ୍ୱାଧୀନ ଆତଙ୍କବାଦୀ ସଙ୍ଗଠନ ଜମାତ ଉଦ ଦାବାର ରାଜନୈତିକ ମୋର୍ଚ୍ଚା ଅଟେ ।

ଆମେରିକା ଏମ୍ଏମ୍ଏଲ୍ ର ଅନ୍ୟ ସାତ ଜଣ ସଦସ୍ୟଙ୍କୁ ମଧ୍ୟ ବିଦେଶୀ ଆତଙ୍କବାଦୀ ଘୋଷଣା କରିଛି । ଏହାସହ ଆମେରିକା ତହରିକ ଏ ଆଜାଦୀ ଏ କାଶ୍ମୀରକୁ ମଧ୍ୟ ଆତଙ୍କବାଦୀ ସମୂହ ସୂଚୀରେ ସାମିଲ କରିଛି । ଏହା ପୂର୍ବରୁ ପାକିସ୍ତାନ ନିର୍ବାଚନ ଆୟୋଗ ଏମ୍ଏମ୍ଏଲକୁ ରାଜନୈତିକ ପାର୍ଟି ହିସାବରେ ପଞ୍ଜୀକରଣ ପାଇଁ ଗୃହ ମନ୍ତ୍ରଣାଳୟ ଠାରୁ ପ୍ରମାଣପତ୍ର ଆଣିବାକୁ କହିଥିଲେ । ଏହି ଘଟଣା ପରେ ପରେ ଆମେରିକା ଏପରି ଘୋଷଣା କରିଛି ।

Related Post