Tue. Sep 22nd, 2026

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

259 Views

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ। ସରପଞ୍ଚଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଉତ୍ତ୍ୟକ୍ତ ଲୋକେ ତାଲା ପକାଇଥିବା ଜଣାପଡ଼ିଛି।

ସୂଚନାଅନୁଯାୟୀ, ସରପଞ୍ଚଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁ ଗାଁର ପ୍ରତ୍ୟକ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏନେଇ ଗାଁ ଲୋକେ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ କରି ଆସୁଥିଲେ। ହେଲେ ଏହାର କୌଣସି ସମାଧାନ ହୋଇ ପାରୁ ନଥିଲା। ତେଣୁ ଗତକାଲି ଶତାଧିକ ଗାଁ ଲୋକ ଏକାଠି ହୋଇ ତାଲା ପକାଇ ଦେବା ସହ ପଞ୍ଚାୟତ କର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ। ଏନେଇ ଖବର ପାଇ ପୁଲିସ୍‌ ଓ ବ୍ଲକ୍‌ ପ୍ରଶାସନ ପହଞ୍ଚି ଗାଁ ଲୋକ ଏବଂ ସରପଞ୍ଚଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗାଁଲୋକେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ।

By amfnews

Related Post