Tue. Oct 13th, 2026

ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ଧରିଲେ ଇଟା ମାଫିଆ

267 Views

ଭଦ୍ରକ : ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ିଗଲେ ଇଟା ମାଫିଆ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଜିଲ୍ଲାର ଖଡ଼ିପଦା ପଞ୍ଚାୟତର ଶୁକଦେବପୁର ହୋସେନ ଅଞ୍ଚଳରେ ୪ ବର୍ଷ ହେବ ଇଟା ମାଫିଆମାନେ ବେଆଇନ ଭାବେ ଇଟା ପକାଇବା ସହ ଆତଙ୍କରାଜ ଚଳାଇ ଆସୁଥିଲେ।

ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇ ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରା ଗତକାଲି ଇଟା ପଡୁଥିବା ସ୍ଥାନରେ ଚଢ଼ଉ କରିଥିଲେ। ଏହାସହ ଦମକଳ ଗାଡ଼ି ଆସି ଇଟାଗୁଡ଼ିକ ନଷ୍ଟ କରିଥିଲା। ଏହାପରେ ଇଟା ମାଫିଆ ଓ ଶ୍ରମିକମାନେ ଆସି ଅତିରିକ୍ତ ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଅଟକାଇଥିଲେ। ତେବେ ଅତିରିକ୍ତ ତହସିଲଦାର ଇଟା ମାଫିଆଙ୍କ ଉପରେ ଜରିମାନା ଲଗାଇଛନ୍ତି। ଏଥିସହ ସପ୍ତାହ ମଧ୍ୟରେ ବକେୟା ୮ ଲକ୍ଷ ଟଙ୍କା ଓ  ଚଳିତ ଥରର ଜରିମାନା ଟଙ୍କା ପୈଠ କରିବାକୁ ସମୟ ଦେଇଛନ୍ତି।

By amfnews

Related Post