Sun. Oct 18th, 2026

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

187 Views

ଜଗତସିଂହପୁର  : ଶିକ୍ଷକ, ଛାତ୍ରୀ ସମ୍ପର୍କରେ କଳଙ୍କ। ନିଜ  ଆଶା ଚରିତାର୍ଥ କରିବାକୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଘଟିଛି  ଜଗତସିଂହପୁର ଜିଲା ବାଲିକୁଦା ବ୍ଲକରେ।

ଅଭିଯୋଗ ଅନୁଯାୟୀ, ତିନି ଦିନ ତଳେ ଶିକ୍ଷକ ଜଣଙ୍କ ସମ୍ପୃକ୍ତା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ।  ଏନେଇ ଗାଁରେ ସମାଧାନ ପାଇଁ ଉଦ୍ୟମ ହୋଇଥିଲା।  କିନ୍ତୁ ସମାଧାନ  ନହେବାରୁ  ଛାତ୍ରୀର ଆଈ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତା ଛାତ୍ରୀର ବୟାନ ରେକର୍ଡ କରିଛି । ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

By amfnews

Related Post