Sun. Sep 6th, 2026

କଟକ ଟ୍ରିପଲ୍‌ ମର୍ଡର ଘଟଣା : ହତ୍ୟାକାରୀଙ୍କ ଟାର୍ଗେଟରେ ବାସହୀନ

175 Views

କଟକ : କଟକରେ ଲଗାତାରା ଭାବେ ସଂଘଟିତ ତିନିଟି ହତ୍ୟା ଘଟଣା ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ଅଭିଯୁକ୍ତଙ୍କୁ ଗିରଫ ଲାଗି ପୁଲିସ  ଛାନଭିନ୍ ଜାରି ରଖିଥିଲେ ବି କିଛି ସୁରାକ ପାଇପାରି ନାହିଁ। ୩ଟି ହତ୍ୟାକାଣ୍ଡ ଯେଉଁ ଶୈଳୀରେ ହୋଇଛି, ଏଥିରେ ଜଣେ ବ୍ୟକ୍ତି ହିଁ ସଂପୃକ୍ତ ଥିବା ପୋଲିସ ଅନୁମାନ କରୁଛି। ହତ୍ୟାକାରୀ ରାସ୍ତାକଡରେ ଶୋଉଥିବା ଗରିବ ଓ ବାସହୀନଙ୍କୁ ଟାର୍ଗେଟ କରୁଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି।  ।

ଏହାକୁ ନେଇ କଟକରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଥିବା ଅଭିଯୋଗ ହେଉଥିବା ବେଳେ ଘଟଣାକୁ ଗୁରୁତ୍ୱର ସହ ନେଇଛି କଟକ ପୁଲିସ। ରାତିରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରୁଛି। କଟକରେ ନିଜେ ପୋଲିସ କମିଶସର ଓ ଡିସିପି ପାଟ୍ରୋଲିଂ କରିଛନ୍ତି। ନିରାଶ୍ରୟଙ୍କୁ ଉଦ୍ଧାର କରି ରାତିରେ ଆଶ୍ରୟ ସ୍ଥଳରେ ରଖାଯାଉଛି।  ସାଇଣ୍ଟିଫିକ୍ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି। ରାଣୀହାଟ,ଏସସସିବିର କାର୍ଡିଓଲୋଜି ବିଭାଗ ସାମ୍ନା ଓ ତାପରେ ଓଏମପି ଛକରେ ହତ୍ୟାକାଣ୍ଡ ହୋଇଥିଲା ।

By amfnews

Related Post