Sun. May 19th, 2024

ନୂଆ ଦଳ ଗଢ଼ିବେ ପ୍ରବୀଣ ତୋଗଡିଆ

By amfnews May 28, 2018 #Featured
161 Views

ନୂଆଦିଲ୍ଲୀ, ମେ ୨୮:

ବିଶ୍ୱ ହିନ୍ଦୁ ପରିଷଦ(ବିଏଚ୍‌ପି)ରୁ କିଛି ଦିନ ପୂର୍ବେ ବାହାରି ଯାଇଥିବା ପ୍ରବୀଣ ତୋଗଡିଆ ଆସନ୍ତା ଜୁନ ୨୪ରେ ଏକ ନୂତନ ଦଳ ଗଢ଼ିବା ନେଇ ଆଜି ଘୋଷଣା କରିଛନ୍ତି । ତୋଗଡିଆ ଆଜି ମୋଦି ସରକାରକୁ ଟାର୍ଗେଟ କରିବା ସହ ମୋଦି ନିଜର ପ୍ରତିଶ୍ରୁତି ଭୁଲି ଯିବା ସହ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି ବୋଲି ମତ ବ୍ୟକ୍ତ କରିଛନ୍ତି ।

ତେବେ ପ୍ରବୀଣ ବିଜେପି ସରକାର ପ୍ରଦର୍ଶନକୁ ‘-୨୫ ପ୍ରତିଶତ’ ଗ୍ରେଡ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ବିଦେଶୀ ନିତିକୁ ‘ଖରାପ’ ବୋଲି କଟାକ୍ଷ କରିଛନ୍ତି । ବଡ ସ୍ୱପ୍ନ ଦେଖାଇବା ଯଥେଷ୍ଟ ନୁହେଁ । ରାଷ୍ଟ୍ର ନିର୍ମାଣ ନିଜର ସତ୍ୟତା ଉପରେ ନିର୍ଭରଶୀଳ ଯାହା ତଳ ସ୍ତରରେ ମଧ୍ୟ ଦୃଷ୍ଟିମାନ ହୋଇଥାଏ ବୋଲି ତୋଗଡିଆ କହିଛନ୍ତି । ଅନ୍ୟପଟେ ଆରଏସ୍ଏସ୍ ଓ ଭାଜପା ସହିତ ଜଡିତ ବହୁ ଲୋକ ସାମାଜିକ, ରାଜନୈତିକ ଓ ଆର୍ଥିକ ଅବସ୍ଥାରେ କିଛି ସୁଧାର ଆସିଲା ପରି ମନେ ହେଉ ନ ଥିବାରୁ ମୋଦୀ ସରକାର ଉପରେ ନାରାଜ ଓ ଖପ୍ପା ଥିବା ପ୍ରବୀଣ କହିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଆଇନ ପାରିତ କରିବା, ଗୋ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ଓ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇବା ପାଇଁ ସେ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ।

ସୂଚନାନୁସାରେ ବିଏଚ୍‌ପିର ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଗୁଡଗାଓଁରେ ହୋଇଥିବା ନିର୍ବାଚନରେ ତାଙ୍କ ସମର୍ଥିତ ପ୍ରାର୍ଥୀ ରାଘବ ରେଡ୍ଡୀ ହିମାଚଳ ପ୍ରଦେଶର ପୁର୍ବତମ ରାଜ୍ୟପାଳ ବିଏସ୍ କୋକଜେଙ୍କ ଠାରୁ ପରାଜୟ ହେବା ପରେ ଏପ୍ରିଲ ୧୪ରେ ବିଏଚ୍ପି ରୁ ଓହରିଯାଇଥିଲେ ।

By amfnews

Related Post