Mon. May 6th, 2024

ଉଦଘାଟିତ ହେଲା ଜାତୀୟ ଡାଟା କେନ୍ଦ୍ର

By amfnews May 28, 2018 #Featured
203 Views

ଭୁବନେଶ୍ୱର, ମେ ୨୮:

ଆଜି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍.ଆଇ.ସି) ସହଯୋଗରେ ରାଜଧାନୀରେ ଜାତୀୟ ଡାଟା କେନ୍ଦ୍ର (ଏନ୍‌ଡିସି) ପ୍ରତିଷ୍ଠା ହୋଇଛି । କେନ୍ଦ୍ର ବୈଦ୍ୟୁତିକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି । ଏହି ସମୟରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମ ମଧ୍ୟ ଉପସ୍ଥିତ ଥିଲେ ।

ତଥ୍ୟ କେନ୍ଦ୍ର ଦ୍ୱାରା ନାଗରିକଙ୍କ ବିଭିନ୍ନ ସେବାର ବିତରଣ କରାଯିବାର ସୁବିଧା କରାଯିବା ସମ୍ଭବ ହୋଇ ପାରିବ । ଡିଜିଟାଲ ଫ୍ଲାଟଫର୍ମ ମାଧ୍ୟରେ ରୋଗୀ, ହସ୍ପିଟାଲ ଓ ଡାକ୍ତରମାନଙ୍କୁ ସଂଯୋଗ କରିବା, ପେନସନଧାରୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଓ ରାଷ୍ଟ୍ରୀୟ ବୃତି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସେବା ପ୍ରଦାନ କରିବାରେ ଏହା ବେଶ ସହାୟକ ହେବ ବୋଲି ସୂଚନା ଦିଆଯାଇଛି ।

By amfnews

Related Post