Mon. Sep 7th, 2026

ନିଶା ଦେଇ ୨ ଜଣଙ୍କୁ ଲୁଟିଲେ

227 Views

ଖଣ୍ଡଗିରି, ଡିସେମ୍ବର ୦୬ : ରାଜଧାନୀର ନିଶାଦିଆ ଲୁଟେରା ଦଳ ପୁଣି ୨ ଜଣଙ୍କୁ ଲୁଟିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ବଡ଼ମାପାହାଡ଼ ଥାନା ଦାହକଟା ଗାଁର ରମେଶ ତିରିଆଙ୍କ ପୁଅ ନିରଞ୍ଜନ(୨୦) ଓ କେନ୍ଦୁଝର ତୁରୁମୁଗା ଥାନା ବନମାଳୀପୁରର ରାଜକିଶୋର ନାୟକଙ୍କ ପୁଅ ଦିଗମ୍ବର(୨୦)। ତାମିଲନାଡ଼ୁରୁ ଘରକୁ ଫେରୁଥିବା ବେଳେ ଭୁବନେଶ୍ବରରେ ଏହି ଦୁଇ ଜଣ ନିଶାଦିଆ ଲୁଟେରାଙ୍କ ଶିକାର ପାଲଟିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଏବେ ଏହି ଦୁଇ ଜଣଙ୍କୁ ଚିକିତ୍ସା କରାଯାଉଛି। ସୂଚନାନୁସାରେ, ଏହି ଦୁଇ ଜଣ ତାମିଲ୍‌ନାଡ଼ୁରେ ଅଲଗା ଅଲଗା ଶ୍ରମିକ ଭାବେ କାମ କରନ୍ତି। ଗତକାଲି ଏମାନେ ରାତିରେ ଭୁବନେଶ୍ବରରେ ଟ୍ରେନ୍‌ରୁ ଓହ୍ଲାଇଥିଲେ। କିନ୍ତୁ ଆଜି ସକାଳୁ ନିରଞ୍ଜନଙ୍କୁ ବାଣୀବିହାର ଛକରୁ ଓ ଦିଗମ୍ବରଙ୍କୁ ଫରେଷ୍ଟ ପାର୍କ ନିକଟରୁ ସଂଜ୍ଞାହୀନ ଅବସ୍ଥାରେ ପିସିଆର୍ ଭ୍ୟାନ୍‌ ଉଦ୍ଧାର କରିଥିଲା। ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ ପୁଲିସ ଏହି ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ପରେ ମେଡିକାଲ ଟିମ୍‌ ଚିକିତ୍ସା କରିଥିଲା। ସେମାନଙ୍କ ନିକଟରେ ପର୍ସ କିମ୍ବା ମୋବାଇଲ୍‌ ନ ଥିବାରୁ ନିଶାଦିଆ ଲୁଟେରାମାନେ ସେମାନଙ୍କଠାରୁ ସବୁ କିଛି ଲୁଟି ନେଇଥିବା ଜଣାପଡ଼ିଛି।

By amfnews

Related Post