Wed. Jul 29th, 2026
452 Views

ଭୁବନେଶ୍ବର , ଡିସେମ୍ବର ୨୭ : ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ଦାେମାଦର ରାଉତ ସୁଯୋଗ ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗର୍ଜୁଛନ୍ତି। ହେଲେ ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଆଜି ବିଜେଡି ପ୍ରତିଷ୍ଠା ଦିବସ ସଭାମଞ୍ଚରେ ଦେଖିବାକୁ ମିଳିଛି। ମୁଖିଆ ନବୀନ ପଟ୍ଟନାୟକଙ୍କ ପଛପଟେ ସମ୍ବିତ ଥିଲେ।

ବିଜେଡି କାର୍ଯ୍ୟାଳୟର ଏହି ଚିତ୍ର ରାଜନୈତିକ ମହଲରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। କାରଣ, ଡାକ୍ତର ଦଳରୁ ବିଦା ହେବା ପରେ ଦାମ କହିଥିଲେ ତାଙ୍କ ପୁଅ ତାଙ୍କ ସାଥୀରେ ଅଛି। ସେ ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ। ସେ ଦାମ ରାଉତର ପୁଅ ବୋଲି ଛାତି ବାଡେଇ କହିଥିଲେ। ସେ ଯୁଆଡେ ଯିବେ ତାଙ୍କ ପୁଅ ସିଆଡେ ଯିବ ବୋଲି କହିଥିଲେ ଦାମ। ସମ୍ବିତଙ୍କ ଉପସ୍ଥିତି ଓ ପାରାଦୀପ ସଭାକୁ େଦବାଶିଷଙ୍କୁ ଡକାନଯିବା ଭିନ୍ନ ଏକ ସଙ୍କେତ ଦେଲାଣି। ପ୍ରଶ୍ନ ଉଠିଲାଣି, ସମ୍ବିତଙ୍କୁ ଏଠାରୁ ବିଜେଡି ପ୍ରାର୍ଥୀ କରିବ କି?

ଗତବର୍ଷ ପୁରୀରେ ପ୍ରତିଷ୍ଠା ଦିବସ ପାଳନ ବେଳେ ଦାମ ପିପିଲି ପାଖରୁ ଫେରି ଆସିଥିଲେ। ସେତେବେଳେ ପୁଅ ସମ୍ବିତ କର୍ମୀଙ୍କୁ ଧରି ପୁରୀ ସଭା ଯାଇଥିଲେ। ଆଉ ଏହା ଭିତରେ ଗୋଟିଏ ବର୍ଷ ବିତିଯାଇଛି। ଦାମଙ୍କ ବିଜୁ ସମତ୍ରାକାନ୍ତି ଦଳ ପୂର୍ଣ୍ଣାଙ୍ଗ ରୂପରେଖ ନେବା ପୂର୍ବରୁ ବିତର୍କରେ ଫସିଲାଣି। ଏପରି ସମୟରେ ନବୀନଙ୍କ ପଥରେ ସମ୍ବିତଙ୍କ ସମର୍ଥନ ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ଅନେକ େଖାରାକ େଯାଗାଇବା ସ୍ବାଭାବିକ େବାଲି କୁହାଯାଉଛି।

By amfnews

Related Post