Wed. Sep 9th, 2026

ଥଣ୍ଡା ଥରହର କନ୍ଧମାଳ : ଦାରିଙ୍ଗବାଡି ୫.୫, ଫୁଲବାଣୀ ୬ଂ

279 Views

ଫୁଲବାଣୀ/ତୁମୁଡ଼ିବନ୍ଧି , ଡିସେମ୍ବର ୨୭  : କନ୍ଧମାଳରେ ହାଡଭଙ୍ଗା ଶୀତ। କ୍ରମାଗତ ଭାବେ ପାରଦ ଖସିବା ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଫୁଲବାଣୀରେ ଓଡିଶାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିବା ବେଳେ ଆଜି ରହିଛି ୬। ସେହିଭଳି, ଗତକାଲି ଦାରିଙ୍ଗବାଡିରେ ୬ ଥିବା ବେଳେ ଆଜି ଖସି ୫.୫ ରହିଛି। ଆହୁରି ସପ୍ତାହେ ଶୀତ ଲହରୀ ଲାଗି ରହିବ। ଏଭଳି ଅନୁମାନ ପାଣିପାଗ ବିଭାଗ କରୁଥିବା ବେଳେ ଏହାକୁ ନେଇ ସମଗ୍ର କନ୍ଧମାଳବାସୀ ଆଶା ଆଶଙ୍କାରେ ରହିଛନ୍ତି।

ଶୀତରୁ ତ୍ରାହି ପାଇବା ନିମନ୍ତେ କାଠ, ଟାୟାର ଏବଂ ଶୁଖିଲା ପତର ଉପରେ ଲୋକଙ୍କୁ ନିର୍ଭର କରିବାକୁ ପଡୁଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଏହା ସାଙ୍ଗକୁ ଘନ କୁହୁଡି। ଯାହାକି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

By amfnews

Related Post