Mon. Sep 21st, 2026

ନକ୍ସଲ ଆକ୍ରମଣରେ ମୃତ ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦଙ୍କ ଶେଷକୃତ୍ୟ ସଂପନ୍ନ

519 Views

ବଲାଙ୍ଗୀର: ମଙ୍ଗଳବାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଦୂରଦର୍ଶନର ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କର ଶେଷକୃତ୍ୟ ତାଙ୍କର ପୈତୃକ ଗ୍ରାମ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଘୁଷୁର ମୁଣ୍ଡାରେ ସଂପନ୍ନ ହୋଇଛି। ତାଙ୍କ ଗ୍ରାମ ଓ ପାଖାଆଖ ଅଞ୍ଚଳର ବହୁଲୋକ ଉପସ୍ଥିତ ରହି କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିବା ଏହି ପୂର୍ବତନ ସେନା କର୍ମଚାରୀଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଅଚ୍ୟୁତାନନ୍ଦଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା। ଶେଷକୃତ୍ୟ ସମୟରେ ତାଙ୍କର ପରିବାର ପରିଜନ ଓ ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଏବଂ ପୁଲିସ ଏସ୍‌ପି ଉପସ୍ଥିତ ଥିଲେ। ଦୂରଦର୍ଶନ ମହାନିର୍ଦ୍ଦେଶକ ମଧ୍ୟ ଶେଷକୃତ୍ୟରେ ମାମିଲ୍‌ ହୋଇଥିଲେ।

By amfnews

Related Post