Sun. Sep 27th, 2026

ଦେହ ପକ୍ଷେ କ୍ଷତିକାରକ ହୋଇପାରେ ଏୟାର୍‌ପୋର୍ଟ ବଡ଼ି ସ୍କାନର୍‌

413 Views

ନୂଆଦିଲ୍ଲୀ, ଜାନୁଆରୀ ୧୩ : ଇନ୍ଦିରା ଗାନ୍ଧୀ ନେସ୍‌ନାଲ୍‌ ଏୟାର୍‌ପୋର୍ଟ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ‘ଫୁଲ୍‌ ବଡି ସ୍କାନର୍‌’ ସ୍ୱାସ୍ଥ୍ୟ ପକ୍ଷେ କରୁଥିବା ହାନି ସଂକ୍ରାନ୍ତରେ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ଚିନ୍ତା ପ୍ରକଟ କରିଛି।

ପରୀକ୍ଷାମୂଳକ ଭାବେ ବ୍ୟବହାରକୁ ଅନୁଧ୍ୟାନ କରିବା ପରେ ନିଟକ ଅତୀତରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଜେନ୍‌ସି କହିଛି ଯେ ସ୍କାନର୍‌ରୁ ବିକିରିତ ହେଉଥିବା ଏକ୍ସ୍‍ ରେ’ ସାଙ୍ଘାତିକ ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରେ। ବିମାନ ବନ୍ଦରର କର୍ତ୍ତୃପକ୍ଷମାନେ କହିଛନ୍ତି କି, ୩ ବର୍ଷ ଧରି ପରୀକ୍ଷାମୂଳକ ଭାବେ ଚାଲିଥିଲେ ବି ସେହି କାରଣରୁ ହିଁ ଏହାକୁ କ୍ଲିୟରାନ୍‌ସ୍‌ ମିଳିନାହିଁ।

ଜଣେ ସିଆଇଏସ୍‌ଏଫ୍‌ ଅଧିକାରୀ କହିଛନ୍ତି: ସ୍କାନର୍‌ରୁ ବାହାରୁ ଥିବା ଆଇଓନାଇଜିଙ୍ଗ୍‌ ବିକିରଣ ଡିଏନ୍‌ଏ ନଷ୍ଟ କରିବା ସହ କର୍କଟ ରୋଗର କାରଣ ହୋଇପାରେ।

୨୦୧୧ରୁ ପାରମ୍ପରିକ ମେଟାଲ୍‌ ଡିଟେକ୍ଟର୍‌ ବଦଳାଯାଇ ବିମାନ ବନ୍ଦରଗୁଡ଼ିକରେ ଉନ୍ନତ ମେଟାଲ୍‌ ଡିଟେକ୍ଟର୍‌ ରହିଛି। ହୃଦ୍‌ରୋଗୀ ଏବଂ ପେସ୍‌ମେକର୍‌ ଲାଗିଥିବା ରୋଗୀମାନଙ୍କୁ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ପୃଥକ୍‌ ଯାଞ୍ଚ କରାଉଛନ୍ତି।

By amfnews

Related Post