Thu. Jul 30th, 2026

ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ଗୋଲ୍‌ଡେନ୍‌ ବାବାଙ୍କର ୫୯ ବର୍ଷ ବୟସରେ ପରଲୋକ

406 Views

ହରିଦ୍ବାର: ଗୋଲ୍‌ଡେନ୍‌ ବାବା ଭାବେ ପରିଚୟ ହାସଲ କରିଥିବା ସୁଧୀର୍ କୁମାର ମକ୍କଡ଼ଙ୍କର ମଙ୍ଗଳବାର ହେଦାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ‌ହୋଇଥିଲା। ଲମ୍ବା ସମୟଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଗୋଲ୍‌ଡେନ୍‌ ବାବାଙ୍କର ମଙ୍ଗଳବାର ରାତିରେ ଚିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତ କିଛିଦିନ ହେଲା ତାଙ୍କର ଏମ୍ସରେ ଚିକିତ୍ସା ଚାଲିଥିଲା । ହରିଦ୍ୱାରର ଅନେକ ଆଖଡ଼ାଶାଳ ସହ ଜଡିତ ଥିବା ବାବାଙ୍କ ନାଁରେ ଅନେକ ଅପରାଧି ମାମଲା ମଧ୍ୟ ରହିଛି । ବାବା ଭକ୍ତଙ୍କ କହିବାନୁସାରେ , ସନ୍ନ୍ୟାସ ନେବା ପୂର୍ବରୁ ସେ ଦିଲ୍ଲୀରେ ଲୁଗା ବ୍ୟବସାୟ କରୁଥିଲେ ।

କିଛି ଅସାମାଜିକ କାମରେ ଲିପ୍ତ ହେବା ପରେ ତାଙ୍କୁ ଆତ୍ମଗ୍ନାନି ହେଲା ଏବଂ ସେ ଆଧ୍ୟାତ୍ମିକ କ୍ଷେତ୍ର ଆଡ଼କୁ ମନ ବଳାଇ ସନ୍ନ୍ୟାସ ପାଲଟିଗଲେ । ଦିଲ୍ଲୀ ଗାନ୍ଧୀନଗରର ଅଶୋକ ଗଳିରେ ବାବାଙ୍କ ଏକ ଆଶ୍ରମ ରହିଛି । ସୁନାର ସୌଖିନ ବାବା ୧୯୭୨ ମସିହାରୁ ସୁନାକୁ ହିଁ ନିଜ ଇଷ୍ଟଦେବ ମାନୁଥିଲେ । ସୁନାର ମୁଦି , ବାଜୁବନ୍ଧ, ଗହଣା, ଲକେଟରେ ପରିପୂର୍ଣ୍ଣ ବାବାଙ୍କ ସୁରକ୍ଷାରେ ପ୍ରତିଦିନ ୨୫ ରୁ ୩୦ ସୁରକ୍ଷାକର୍ମୀ ରହୁଥିଲେ।

ସେ ସୁନାଗହଣା ବିନ୍ଧିବାରେ ପ୍ରବଳ ସଉକ ରଖୁଥିଲେ। ଗତ ବର୍ଷ ତାଙ୍କର କନୱାରା ଯାତ୍ରା ସମୟରେ ସେ ନିଜ ଶରୀରରୁ ୧୪ କିଲୋର ସୁନା କାଢ଼ିଥିଲେ। ୨୦୧୮ ମସିହାରେ ସେ ୨୦ କିଲୋର ସୁନା ପିନ୍ଧି ତାଙ୍କ କନୱାର ଯାତ୍ରାରେ ଯାଇଥିଲେ।

By amfnews

Related Post