Sat. Sep 19th, 2026

କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଏ ବର୍ଷ ମୁମ୍ବାଇରେ ଲାଲବାଗଚା ରାଜା ଗଣେଶ ପୂଜା ବାତିଲ

348 Views

ମୁମ୍ବାଇ: କରୋନାଭାଇରସ୍ ମହାମାରୀ କାରଣରୁ ଏ ବର୍ଷ ମୁମ୍ବାଇ ଅନ୍ୟତମ ପ୍ରସିଦ୍ଧ ଓ ସର୍ବବୃହତ୍ ଲାଲବାଗଚା ରାଜା ଗଣେଶ ମହୋତ୍ସବ ପାଳନ କରାଯିବ ନାହିଁ।

ଏ ବର୍ଷ ଲାଲବାଗଚା ରାଜା ବା ପ୍ରତିମା ବିସର୍ଜନ ହେବ ନାହିଁ ବୋଲି ମୁମ୍ବାଇର ଲାଲବାଗଚା ରାଜା ଗଣେ‌ଶ ଉତ୍ସବ ମଣ୍ଡଳ ବୁଧବାର ଦିନ କହିଛି।

ମହା ସମାରୋହରେ ଗଣେଶ ମହୋତ୍ସବ ପାଳିବା ପରିବର୍ତ୍ତେ ଏଥିପାଇଁ ଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରାଯିବ ଏବଂ ଉତ୍ସବ ପାଳନସ୍ଥଳୀରେ ରକ୍ତ ଏବଂ ପ୍ଲାଜ୍‌ମା ଦାନ ଶିବିର ଆୟୋଜନ କରାଯିବ।

ଗଣମାଧ୍ୟମକୁ ମଣ୍ଡଳ କର୍ମକର୍ତ୍ତାମାନେ କହିଛନ୍ତି, ଲାଲବାଗଚା ରାଜା ଯେ, ଆମ ଇଷ୍ଟଦେବ ଏଥିରେ ସନ୍ଦେହ ନାହିଁ, କିନ୍ତୁ, ରାଜା ନିଜେ ଚାହାନ୍ତି ଲୋକେ ସୁସ୍ଥ ରୁହନ୍ତୁ। ତେଣୁ, ଏ ବର୍ଷ ପ୍ରତିମା ବିସର୍ଜନ ହେବନାହିଁ।

ଏ ବର୍ଷ ମଣ୍ଡଳ ଆରୋଗ୍ୟ ଉତ୍ସବ ପାଳନ କରିବ ଏବଂ ସେଥିରେ କେତେଗୁଡ଼ିଏ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ହେବ। ୧୦ ଦିନ ବ୍ୟାପୀ ଏକ ରକ୍ତଦାନ ଶିବିର ଆୟୋଜନ ହେବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।

ଏ ବର୍ଷ ସାର୍ବଜନୀନ ଗଣେଶ ମହୋତ୍ସବ ପାଳନ ନ କରିବାକୁ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସମସ୍ତ ମଣ୍ଡଳଙ୍କୁ କହିଥିଲେ।

By amfnews

Related Post