Fri. Sep 11th, 2026

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କିିନ୍ନର ପ୍ରାର୍ଥୀ ନିଖୋଜ

530 Views

ହାଇଦ୍ରାବାଦ (ତେଲେଙ୍ଗାନା): ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ହଠାତ୍‌ ନିଖୋଜ ହୋଇଯିବା ଘଟଣାକୁ ନେଇ ଏବେ ସମଗ୍ର ତେଲେଙ୍ଗାନାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଚନ୍ଦ୍ରମୁଖୀ ନାମ୍ନୀ ୩୦ ବର୍ଷ ବୟସ୍କା ଜଣେ କିନ୍ନର ପ୍ରାର୍ଥୀ ହାଇଦ୍ରାବାଦର ଗୋଶାମାହାଲ ବିଧାନସଭା କ୍ଷେତ୍ରରୁ ବହୁଜନ ବାମ ଫ୍ରଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ନିର୍ବାଚନ ପ୍ରଚାର ଅଭିଯାନରେ ସେ ତାଙ୍କର ପ୍ରଚାର କାର୍ଯ୍ୟ ମଧ୍ୟ ଜୋରସୋରରେ ଚଳାଇଥିଲେ। ତେବେ, ମଙ୍ଗଳବାର ସନ୍ଧ୍ୟା ପରଠାରୁ ତାଙ୍କର ଆଉ କୌଣସି ପ୍ରକାରର ଖୋଜ୍‌ ଖବର ମିଳି ନଥିଲା। ସେ ଗତ ୨୧ ତାରିଖରେ ତାଙ୍କର ମନୋନୟନ ପତ୍ର ଦାଖଲ କରିବା ପରଠାରୁ ହିଁ ନିର୍ବାଚନ ପ୍ରଚାରରେ ଲାଗି ଯାଇଥିଲେ। ଚନ୍ଦ୍ରମୁଖୀଙ୍କ ନିଖୋଜ ସଂପର୍କରେ କିନ୍ନର ସମାଜ ପକ୍ଷରୁ ପୁଲିସ୍‌ରେ ଅଭିଯୋଗ କରାଯିବା ପରେ ପୁଲିସ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବା ସହ ତାଙ୍କୁ ଖୋଜିବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଥିବା ବନ୍‌ଜାରା ହିଲସ୍‌ର ଏସିପି କେ ଏସ୍‌ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

By amfnews

Related Post