Fri. Sep 11th, 2026

ଡିସେମ୍ବର ୩ରେ ବଲାଙ୍ଗୀର ବନ୍ଦ କରିବାକୁ ଓକିଲ ସଂଘର ନିଷ୍ପତ୍ତି

531 Views

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆସନ୍ତା ଡିସେମ୍ବର ୩ରେ ବଲାଙ୍ଗୀର ବନ୍ଦ କରିବାକୁ ଜିଲ୍ଲା ଓକିଲ ସଂଘ ବୁଧବାର ନିଷ୍ପତ୍ତି ନେଇଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟିରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଡିସେମ୍ବର ୩ରେ ବଲାଙ୍ଗୀରରେ ବନ୍ଦ ପାଳନ କରାଯିବ। ଡିସେମ୍ବର ୧ରୁ ୧୫ ଓକିଲଙ୍କ କାର୍ଯ୍ୟବନ୍ଦ ହେବାକୁ ଥିବା ବେଳେ ଡିସେମ୍ବର ୩ରୁ ୧୦ ପର୍ଯ୍ୟନ୍ତ କୋର୍ଟ ବନ୍ଦ କରାଯିବ ବୋଲି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଅଶୋକ ମହାନ୍ତି ସୂଚନା ଦେଇଛନ୍ତି।

By amfnews

Related Post