Wed. May 15th, 2024

ଡିୱାଇଏଫ୍ଆଇର ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ

rklsanchar@gmail.com' By J.N. Pradhan Sep 16, 2018 #Featured
295 Views

ରାଉରକେଲା, ୧୬/୯ : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ରାଜ୍ୟ କମିଟି ପକ୍ଷରୁ ୭ ଦଫା ସମ୍ବଳିତ ଦାବି ଉପରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେଶ ତଥା ରାଜ୍ୟରେ ବର୍ତ୍ତମାନ ନିଯୁକ୍ତି ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ୨୦୧୪ ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶର ୯୦ ଲକ୍ଷ ଶ୍ରମିକ କାମ ହରାଇଛନ୍ତି ।

ଦେଶରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ୨୦ କୋଟିରୁ ଊଦ୍ଧ୍ୱର୍ ରହିଛି । ସରକାରୀ ଦପ୍ତରରେ ପାଖାପାଖି ଖାଲି ପଡିଥିବା ୨୩ ଲକ୍ଷ ପଦବୀକୁ ସରକାର ପୂରଣ କରିବାରେ ବିଫଳ ହୋଇଛନ୍ତି । ଆତ୍ମ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଘୋଷଣା ହେଲା କିନ୍ତୁ ଆମ ରାଜ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଋଣ ନ ଦେଇ ଯୁବକ ଯୁବତୀମାନଙ୍କୁ ପ୍ରତାରିତ କରୁଛନ୍ତି । ମନରେଗା ଯୋଜନାରୁ ଟଙ୍କା ଅପସାରଣ ଫଳରେ ଗ୍ରାମାଞ୍ଚଳରେ କୋଟି କୋଟି ଯୁବକ ଆଜି ବେକାର ହୋଇଛନ୍ତି । ରାଜ୍ୟରେ ମଧ୍ୟ ଅନୁରୂପ ଅବସ୍ଥା । ରାଜ୍ୟର ସରକାରୀ ଦପ୍ତରରେ ୧ ଲକ୍ଷ ୪୬ ହଜାର ପଦବୀ ଖାଲି ପଡିଛି ।

ସରକାରଙ୍କ ଉଚ୍ଚଶିକ୍ଷା ବିଭାଗରେ ୨ ଲକ୍ଷ ୫୦ ହଜାର ପଦବୀ ଖାଲି ରହିଛି । ରେଳ ବିଭାଗରେ ୩ ଲକ୍ଷ ପଦବୀ ଖାଲିପଡିଛି । ରାଜ୍ୟରେ ଗଢି ଉଠୁଥିବା ଶିଳ୍ପରେ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତିର ସୁଯୋଗ ନାହିଁ । ରାଜ୍ୟର ରେଜିଷ୍ଟ୍ରିଭୁକ୍ତ ବେକାରଙ୍କ ସଂଖ୍ୟା ୨୧ ଲକ୍ଷରେ ପହଞ୍ôଚଛି । ବାହାର ରାଜ୍ୟରେ କାମ କରୁଥିବା ଯୁବକମାନଙ୍କ ସଂଖ୍ୟା ୩୮ ଲକ୍ଷ । ବେକାର ଯୁବକମାନଙ୍କ ସଂଖ୍ୟା ୩୮ ଲକ୍ଷ । ବେକାର ଯୁବକ ଯୁବତୀ କାମ ନ ପାଇବାରୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ରାଜ୍ୟରେ ଚୋରି, ଡକାୟତି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ।

ଅନ୍ୟପକ୍ଷରେ ଆଦିବାସୀ ଇଲାକାରେ କାମ ନ ପାଇ ଯୁବକମାନେ ହିଂସାତ୍ମକ ଆନ୍ଦୋଳନରେ ନିଜକୁ ସାମିଲ୍ କରୁଛନ୍ତି । ଏଣୁ ଏସବୁ କାର୍ଯ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଦର୍ଶାଉଛି । ତେଣୁ ଏକ ନୂତନ ଓଡିଶାର ସ୍ୱପ୍ନକୁ ସାକାର କରିବା ସହ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବବର୍ଗଙ୍କ ଥଇଥାନ କରିବା ପାଇଁ ଉପରୋକ୍ତ ଦାବି କରାଯାଉଛି ।

ଏହା ନ ହେଲେ ଆଗାମୀ ଦିନରେ ରାଜ୍ୟରେ ଏକ ହିଂସାତ୍ମକ ଶକ୍ତିଶାଳୀ ଯୁବ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।  ତେବେ ଦାବିଗୁଡିକ ମଧ୍ୟରେ କେନ୍ଦ୍ର ସରକାରୀ ଦପ୍ତରରେ ଖାଲିଥିବା ୨୩ ଲକ୍ଷ ପଦବୀ ପୂରଣ, ଠିକା କର୍ମଚାରୀଙ୍କୁ ସ୍ଥାନୀୟ ନିଯୁକ୍ତି ସହ ଠିକା ନିଯୁକ୍ତ ବନ୍ଦ କରିବା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା, ଯୁବ ଚାଷୀମାନଙ୍କୁ ପ୍ରୋତ୍ସାହନ ସହ ଉନ୍ନତମାନର ସାର, ବିହନ ଓ ଋଣ ଯୋଗାଣ, ରାଜ୍ୟ ସରକାରୀ ଦପ୍ତରରେ ଖାଲିଥିବା ୧ ଲକ୍ଷ ୫୪ ହଜାର ପଦବୀ ପୂରଣ କରିବା, ଗ୍ରାମାଞ୍ଚଳର ବେକାର ଯୁବବର୍ଗଙ୍କୁ ବାର୍ଷିକ ୨ ଶହ ଦିନର କାମ, ଦୈନିକ ୬ଶହ ଟଙ୍କା ମଜୁରୀ ପ୍ରଦାନ ଓ ରାଜ୍ୟରେ ଗଢି ଉଠୁଥିବା ଶିଳ୍ପରେ ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ଆଦି ଅନ୍ତର୍ଭୁକ୍ତ ।

Related Post