Wed. May 15th, 2024

ଆରଏସପିରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୭ ଠିକାଶ୍ରମିକ ପୁରସ୍କୃତ

rklsanchar@gmail.com' By J.N. Pradhan Sep 16, 2018 #Featured
185 Views

ରାଉରକେଲା, ୧୬/୯  : ଆର୍ଏସ୍ପିର କୋକ ଓଭେନ ଅଞ୍ଚଳରେ କାର୍ଯ୍ୟରତ ୭ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି । କୋକ ଓଭେନ ବିଭାଗରେ ସେପ୍ଟେମ୍ବର ୬ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ସିଓ ଓ ସିସି ବିଭାଗର ଜିଏମ ବିଶ୍ୱଜିତ ପଟ୍ଟନାୟକ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଠିକା ଶ୍ରମିକମାନେ ମେଷର୍ସ ଏସ କେ ଏଣ୍ଟରପ୍ରାଇଜେସରେ କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ ଠିକା ଶ୍ରମିକ ଓ ଠିକାଦାରଙ୍କୁ ସେମାନଙ୍କର ଉଦାହରଣୀୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଏବଂ ଏଭଳି କାର୍ଯ୍ୟଧାରାରେ ଅନ୍ୟଙ୍କୁ ଅନୁପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଉଲ୍ଲେଖନୀୟ ଯେ, ବିଦ୍ୟୁତ ବ୍ୟାଘାତ ସମୟରେ ଓଭେନ ମଧ୍ୟରୁ ପୁସର ବିମ ନିଷ୍କାସନ ନିମନ୍ତେ କୋକ ଓଭେନ ବ୍ୟାଟେରୀ-୧ରେ ଏକ ଏମାର୍ଜେନ୍ସି ନ୍ୟୁମେଟିକ ସ୍ଥାପନରେ ଏହି ଠିକା ଶ୍ରମିକମାନେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରେଡି ଓଭେନରୁ ଉତ୍ତପ୍ତ କୋକ ନିଷ୍କାସନ ପୁସର କାରର ମୁଖ୍ୟ କାର୍ଯ୍ୟ ଅଟେ ।

ପୁସର ବିମର ମୁଖ୍ୟ ଡ୍ରାଇଭ ଇଲେକ୍ଟ୍ରୋ ମେକାନିକାଲ ଅଟେ, ବିଦ୍ୟୁତ ବିଭ୍ରାଟ ସମୟରେ ପୁସର ବିମକୁ ପୂର୍ବ ସ୍ଥାନକୁ ଫେରାଇ ଆଣିବା ନିମନ୍ତେ ନ୍ୟୁମେଟିକ ଡ୍ରାଇଭର ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଟେଷ୍ଟିଙ୍ଗ ସମୟରେ ଏହା ପୂର୍ବ ସ୍ଥାନକୁ ଫେରିନପାରୁଥିବା ପରିଲକ୍ଷିତ ହୋଇଥିଲା । ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାକୁ ଯଥାଶୀଘ୍ର ଠିକ କରାଯାଇଥିଲା । ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ରାମ କାର୨ ଓ ୩ରୁ ନ୍ୟୁମେଟିକ ଡ୍ରାଇଭ ସଂଗ୍ରହ କରାଯାଇଥିଲା । ସେଗୁଡିକର ମରାମତି କରାଯିବା ସଙ୍ଗେ ସଙ୍ଗେ ଉପଲବ୍ଧ ବ୍ୟବସ୍ଥା ମୁତାବକ ଗିୟର ବକ୍ସ ଆସେମ୍ବ୍ଲି କରାଯାଇଥିଲା ।

ବ୍ୟାଟେରୀ-୧ ପୁଷରକୁ ଏହାର ବେସରୁ ବାହାର କରାଯାଇ ମରାମତି ହୋଇଥିବା ନ୍ୟୁମେଟିକ ଡ୍ରାଇଭ ମୁତାବକ ଫ୍ରେମକୁ ଆଂଶିକ ପରିବର୍ତ୍ତନ କରାଯାଇଥିଲା । ଏହାର ମୋଟର ସଂଯୁକ୍ତ କରାଯିବା ନିମନ୍ତେ ମଧ୍ୟ ପାଇପ ଲାଇନରେ ପରିବର୍ତ୍ତନ ସମ୍ପନ୍ନ ହୋଇଥିଲା । ସବୁଠାରୁ କମ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ ପୂର୍ବକ ଉକ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ପୁରସ୍କାର ଉତ୍ସବକୁ କାର୍ମିକ ବିଭାଗର ଡେପୁଟି ମ୍ୟାନେଜର ସୁଶ୍ରୀ ଜ୍ୟୋତି ଓରେୟା ସଂଯୋଜନା କରିଥିଲେ ।

Related Post