Sat. Jul 25th, 2026

ଡଙ୍ଗା ବୁଡ଼ି ୧୧ ମୃତ; ୪ ନିଖୋଜ

328 Views

ଭୋପାଲ  :   ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି  ମୃତଦେହ ବାହାର କରିବା ସହ ୫  ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି। ଏଭଳି ଦୁଃଖଦ ଘଟଣା ଆଜି ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ଖଟଲାପୁରା ମନ୍ଦିର ଘାଟରେ ଘଟିଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡଙ୍ଗାଟି ଛୋଟ ଥିବା ବେଳେ ଗଣେଶ ମୂର୍ତ୍ତି ବଡ଼ ଥିଲା।  ମୂର୍ତ୍ତି ବିସର୍ଜନ ନିମନ୍ତେ ଉକ୍ତ ଡଙ୍ଗାରେ ବହୁ ଶ୍ରଦ୍ଧାଳୁ ଯାଇଥିଲେ।  ଯେତେବେଳେ ଶ୍ରଦ୍ଧାଳୁମାନେ ମୂର୍ତ୍ତିଟିକୁ ବିସର୍ଜନ କରିଥିଲେ, ସେତେବେଳେ ଡଙ୍ଗାଟି ଏକ ତରଫା ହୋଇ ଓଲଟି ପଡ଼ିଥିଲା। ଉକ୍ତ ସମୟରେ ମଝି ନଈରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମଧ୍ୟ ମୂର୍ତ୍ତି ତଳେ ଚାପି ହୋଇଯାଇଥିଲେ।  ଖବର ପାଇ  ପୁଲିସ୍‌ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି,“ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ହେବ। ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ।

By amfnews

Related Post