Mon. Oct 19th, 2026

ଟ୍ରାକ୍ଟର ମାଲିକଙ୍କୁ ମାଡ଼ ପ୍ରତିବାଦରେ ଉତ୍ତେଜନା

160 Views

ଆନନ୍ଦପୁର : ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାମଚନ୍ଦ୍ରପୁର ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। ଏନେଇ ଅଭିଯୋଗକାରୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ଥାନାର ଏସ୍ଆଇ ବିଶ୍ୱଜିତ ବେହେରା, ବେଆଇନ ବାଲି ଚାଲାଣ ଅଭିଯୋଗରେ ଜଣେ ଟ୍ରାକ୍ଟର ମାଲିକ ରାଜେଶ କୁମାର ଜେନାଙ୍କୁ ଥାନାକୁ ଡାକି ଗାଳିଗୁଲଜ ଓ ମାଡ଼ ମାରିଥିଲେ । ଏଥିସହ ୨୫ ହଜାର ଟଙ୍କା ଫାଇନ୍ କରିବି, କାହାକୁ କହିବୁନି ବୋଲି ମଧ୍ୟ ଏସ୍ଆଇ ତାଙ୍କୁ କହିଥିବା ଟ୍ରାକ୍ଟର ମାଲିକ ଅଭିଯୋଗ କରିଛନ୍ତି ।

କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଦିଲୀପ ବାଗ ରାମଚନ୍ଦ୍ରପୁରରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୁଲିସ୍‌କୁ ମାଡ଼ ମାରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରି ଟ୍ରାକ୍ଟର ମାଲିକଙ୍କ କିଛି ସମର୍ଥକ ଥାନା ସାମ୍ନାରେ ନାରାବାଜି କରିଥିଲେ ।

By amfnews

Related Post