Sat. May 16th, 2026
376 Views

କାଲିମେଳ:  ରାତି ପ୍ରାୟ ୯ଟାରେ ଟ୍ରାକ୍ଟର ଓଲଟି ୪ଜଣ ଶ୍ରମିକ ଆହାତ ହୋଇଛନ୍ତି। ସେମାନଙ୍କ ମଧୢରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରରେ ପ୍ରାୟ ୨୫ରୁ ୩୦ଜଣ ଶ୍ରମିକ ପୋଟେରୁ କୌଣସି କାମ ପାଇଁ ଯାଉଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କାଲିମେଳା-ଏମଭି-୨୭ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଉକ୍ତ ଗାଡ଼ିରେ ଶ୍ରମିକଙ୍କ ସହିତ ସିମେଣ୍ଟ ଓ ଲୁହାରଡ଼ ଲଦା ହୋଇଥିବା ବେଳେ ଓଭରଲୋଡ ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗାଡ଼ିରେ ଉପରେ ବସିଥିବା ସବୁ ଶ୍ରମିକଙ୍କ ମଧୢରୁ ୪ଜଣ ଆହାତ ହୋଇଥିଲେ। ସେମାନଙ୍କ ମଧୢରୁ ତ୍ରିନାଥ ସାନ୍ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ ଖଣ୍ତିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି। ଏହି ଶ୍ରମିକମାନେ ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ମାଳିଗାଁ ଓ ଅଣ୍ତ୍ରାଯୋଡ଼ି ଗ୍ରାମର ବୋଲି ସୂଚନା ମିଳିଛି। ଖବର ପାଇ କାଲିମେଳା ଦମକଳ ବାହିନୀ ଘଟଣା ସ୍ଥଳରୁ ଆହାତ ଶ୍ରମିକଙ୍କୁ ମେଡ଼ିକାଲକୁ ଆଣିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଟ୍ରାକ୍ଟରଟିକୁ ଜବତ କରିଛି।

By amfnews

Related Post