Wed. Jul 29th, 2026

ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ କନ୍ଦଳ : ଝାରସୁଗୁଡା କଂଗ୍ରେସ ଅଫିସ୍‌ରେ ତାଲା ଓ ନୀଳଗିରିରେ ଅଧାରୁ ସମ୍ମିଳନୀ ବନ୍ଦ

481 Views

ଝାରସୁଗୁଡା: ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ପାର୍ଟିରେ କନ୍ଦଳ ଦେଖା ଦେଇଛି। ମହେନ୍ଦ୍ର ନାୟକଙ୍କୁ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ଘୋଷଣା ହେବା ପରେ ଅସନ୍ତୋଷ ଦେଖା ଦେଇଛି। ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ୍‌ ଅଫିସରେ ଦଳର ବରିଷ୍ଠ ତଥା ପୁରୁଣା ନେତା ଓ କର୍ମୀ ତାଲା ପକାଇଛନ୍ତି ।

ସେହିପରି ନୀଳଗିରିରେ ଅଧାରୁ କଂଗ୍ରେସ କର୍ମୀ ସମ୍ମିଳନୀ ବନ୍ଦ ହୋଇଯାଇଛି। ମନଜାମଂଜରୀ ଦେବିଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ଦଳୀୟ ଟିକଟ ମିଳିବା ପରେ ବିରୋଧ ଯୋର ଧରିଛି । କଂଗ୍ରେସ ୨ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ମନଜାମଂଜରୀ ଦେବୀଙ୍କୁ ବିରୋଧ କରି ଲଙ୍କାକାଣ୍ଡ କରିଛନ୍ତି । ଆଜିର କର୍ମୀ ସମ୍ମିଳନୀ ଦାୟିତ୍ୱ ପୂର୍ବତନ ବିଧାୟକ ପ୍ରାର୍ଥୀ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ଚିତରଞ୍ଜନ ଷଡଙ୍ଗୀଙ୍କୁ ଦେଇଥିଲେ କଂଗ୍ରେସର ସଂଭାବ୍ୟ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ।

କଂଗ୍ରେସ ନିଳଗିରି ନଗର ସଭାପତି ଅଧ୍ୟକ୍ଷ ରଘୁନାଥ ସିଂହ ସଭାର ଅଧ୍ୟକ୍ଷତା କରୁଥିବା ମନଜାମଂଜରୀ ଦେବୀଙ୍କ ସମର୍ଥକ ମଂଚରେ ପହଂଚି ମାଇକ୍ରୋ ଫୋନ ଛଡାଇ ଆଣି ମନଜାମଂଜରୀ ଅଧ୍ୟକ୍ଷତା କରିବେ ବୋଲି କହିଥିଲେ। ଏହାପରେ ମନଜାମଂଜରୀ ଦେବିଙ୍କ ସମର୍ଥକ ଏବଂ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ଚିତ ରଂଜନ ଷଡଙ୍ଗୀ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ କର୍ମୀ ସମ୍ମିଳନୀଙ୍କୁ ଅଧାରୁ ବନ୍ଦ କରାଯାଇଛି ।

By amfnews

Related Post