Fri. Oct 2nd, 2026

ଏଣିକି ଭାରତରେ ଛଅ ଘଣ୍ଟାରୁ ଅଧିକ ଖେଳି ହେବ ନାହିଁ ପବଜି ଗେମ୍‌ !

546 Views

ନୂଆଦିଲ୍ଲୀ: ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ଅନ୍‌ଲାଇନ୍‌ ଗେମ୍‌ ପିୟୁବିଜି ମୋବାଇଲର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପବଜି ଭାରତରେ ଖୁବ୍‌ଶୀଘ୍ର ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଯାହାକୁ ହେଲଥ୍‌ ରିମାଇଣ୍ଡର କୁହାଯାଉଛି। ଏହି ଫଚର ଲଞ୍ଚ ହେବା ଭାରତରେ ପବଜି ପ୍ଲେୟର ଗୋଟିଏ ଦିନରେ କେବଳ ଛଅଘଣ୍ଟା ହିଁ ଏହି ଖେଳକୁ ଖେଳି ପାରିବେ। ଛଅଘଣ୍ଟା ପୂରା ହେବା ପରେ ପ୍ଲେୟର୍ସଙ୍କୁ ଏକ ନୋଟିଫିକେସନ୍‌ ମିଳୁଛି ଓ ଗେମ୍‌ ବନ୍ଦ ହୋଇଯାଉଛି।

ଏବଂ ସେମାନଙ୍କୁ ପୁର୍ନବାର ଗେମ୍‌ ଖେଳିବାକୁ ତା’ପର ଦିନକୁ ଅପେକ୍ଷା କରିବାକୁ ପଡ଼ିବ। ଏଯାବତ ମିଳିଥିବା ସୂଚନା ଅନୁସାରେ, ଭାରତର କିଛି ବ୍ୟବହାରକାରୀଙ୍କୁ ଏହି ଗେମ୍‌ ତିନିଘଣ୍ଟା ଖେଳିବା ପରେ ସେମାନଙ୍କ ପାଖକୁ ‘ହେଲଥ୍‌ ରିମାଇଣ୍ଡର’ ନୋଟିଫିକେସନ୍‌ ମିଳୁଛି କି ଆପଣଙ୍କ  ଗେମ୍‌ ବନ୍ଦ ହେବାକୁ ଯାଉଛି। ରିପୋର୍ଟରେ କୁହାଯାଉଛି କି ଏହି ପ୍ରତିବଦ୍ଧ କେବଳ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ରହିଛି। କିନ୍ତୁ ଏହାକୁ ନେଇ କମ୍ପାନି କୌଣସି ଅଧିକାରିକ ସୂଚନା ଦେଇ ନାହିଁ।

 

By amfnews

Related Post