Sat. Oct 3rd, 2026

ଜୟୀ ରାଜଗୁରୁଙ୍କ ଉପରେ ହେବ ଗବେଷଣାମୂଳକ ପୁସ୍ତକ

507 Views

ଭୁବନେଶ୍ୱର   :   ଓଡ଼ିଆ ବୀର ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ‘ଇଂରେଜଙ୍କ ଓଡ଼ିଶା ଅଧିକାର ଓ ସ୍ୱାଧୀନତା ସଂଗ୍ରାମ’ ସମ୍ପର୍କରେ ଐତିହାସିକ ଆଲୋଚନାଚକ୍ର ଭଦ୍ରକରେ ଅନୁଷ୍ଠିତ ହେବ। ଇନ୍‌ଟାକ୍‌ (ଭଦ୍ରକ ଚାପ୍ଟର) ଏବଂ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ନଭେମ୍ବର ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ଏକ ଗବେଷଣାମୂଳକ ପୁସ୍ତକ ପ୍ରକାଶ ପାଇବ। ଏଥିରେ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ବହୁ ମହତ୍ତ୍ୱପୂର୍ଣ୍ଣ ବିଷୟ ସ୍ଥାନିତ ହେବ।

ସହିଦନଗରସ୍ଥିତ ଜୟଦେବ କମ୍ପ୍ଲେକ୍ସରେ ପ୍ରାକ୍ତନ ଆଇଏଏସ୍‌ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। କେନ୍ଦ୍ରୀୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର, ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ରାମଚନ୍ଦ୍ର ମିଶ୍ର, ନାରାୟଣ ରାଓ, ପ୍ରସନ୍ନ ଜେନା, ସୁନିଲ ରଥ, ପ୍ରଫୁଲ୍ଲ ସାମନ୍ତରାୟ, ଶରତ ଚନ୍ଦ୍ର ଦାଶ, ଜଟାଧାରୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଆଲୋଚନା କରିଥିଲେ।

By amfnews

Related Post