Tue. Aug 18th, 2026

ଜୋର ଧରିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି

269 Views

ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦିନକୁ ଦିନ ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି। ଆନ୍ଦୋଳନକୁ ଜନ ସମର୍ଥନ ମିଳୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ବି ସମର୍ଥନ ଜଣାଇଛନ୍ତି।

ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। କେତେବେଳେ ମାନବଶୃଙ୍ଖଳ ତ ଆଉ କେତେବେଳେ ଦସ୍ତଖତ ଅଭିଯାନ ସହ ପିକେଟିଂ କରି ଆନ୍ଦୋଳନ ଜାରି ରହିଛି।

ଦୀର୍ଘ ଦିନ ହେଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ସହ ବିଭିନ୍ନ ଅଫିସରେ କାର୍ଯ୍ୟ ବନ୍ଦ ଯୋଗୁଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। ଅନ୍ୟପଟେ ଏନେଇ ସରକାରଙ୍କୁ ଜଣାଇ ଦିଆଯାଇଥିବା ଉପ ଜିଲ୍ଲାପାଳ କହିଛନ୍ତି।

 

By amfnews

Related Post