Sat. Sep 12th, 2026

ଖରିଫ୍‌ ଋତୁରେ ଧାନ ସଂଗ୍ରହ ନକରିବାକୁ ମିଲରଙ୍କ ଚେତାବନୀ

234 Views

ଗଞ୍ଜାମ: ବକେୟା ଟଙ୍କାକୁ ନେଇ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନକରିବାକୁ ଗଞ୍ଜାମ ଜିଲ୍ଲାର ମିଲର ଚେତାବନୀ ଦେଇଛନ୍ତି।

ବକେୟା ଟଙ୍କା ମିଳିନଥିବାରୁ ମିଲରମାନେ ପ୍ରଶାସନର ଟାଳଟୁଳ ନୀତିକୁ ନାପସନ୍ଦ କରିଛନ୍ତି। ଆଗକୁ ବକେୟା ଅର୍ଥ ପ୍ରଦାନ କରାନଗଲେ ଖରିଫ ଋତୁରେ ଧାନ ସଂଗ୍ରହ କରିବେ ନାହିଁ ବୋଲି ମିଲର ଚେତାବନୀ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ମିଲରଙ୍କ ସମସ୍ୟା ନେଇ ଛତ୍ରପୁର ତାମ୍ପରାରେ ଏକ ବୈଠକ ବସିଥିଲା।

ଅନ୍ୟପେଟ, ଚଳିତ ଖରିଫ୍‌ ଋତୁରେ ଧାନ ସଂଗ୍ରହ ନେଇ ବୁଧବାର ଦିନ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଧାନ ସଂଗ୍ରହ ଯେପରି ସଠିକ ସମୟରେ ଆରମ୍ଭ କରାଯିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।  ଏହାକୁ ନେଇ ଜିଲ୍ଲାପାଳ ସମସ୍ତ ଧାନ ମିଲର, ଯୋଗାଣ ବିଭାଗ ଅଧିକାରୀ, ଉପ ଜିଲ୍ଲାପାଳଙ୍କୁ ତାଗିଦ୍ କରିଥିଲେ।

ମିଲରଙ୍କ ସମସ୍ୟା ନେଇ ସଂଘ ଦାବି ଉପସ୍ଥାପନ କରିଥିବାବେଳେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

By amfnews

Related Post