Sat. Oct 3rd, 2026

ଜୀବନବିନ୍ଦୁରେ ୮୨ ୟୁନିଟ ରକ୍ତ ସଂଗ୍ରହ

395 Views

ରାଉରକେଲା, ୨୬/୬ : ରାଉରକେଲା ସରକାରୀ ଡାକ୍ତରଖାନାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନବିନ୍ଦୁରେ ସମୁଦାୟ ୮୨ ୟୁନିଟ ରକ୍ତସଂଗ୍ରହ କରାଯାଇଛି । ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ କୁନବିହାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରଡିଏ ଅଧ୍ୟକ୍ଷ ଶାରଦା ନାୟକ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ ।

ଶ୍ରୀଚରଣ ମହାନ୍ତି, ଗଗନ ପଣ୍ଡା, ଯଶବିନ୍ଦର ସିଂ, ପ୍ରଶାନ୍ତ ସେଠୀ, ଜର୍ଜ ଆନନ୍ଦ, ସୁବାସ ସ୍ୱାଇଁ, ବିଭୂତି ପୁହାଣ, ଏମଡି ଖାଲିଦ, ବିଣୁ ଦେ, ବିକାଶ ଶୁକ୍ଲା, ଅନୁପ ସାମଲ, ଦୁଷ୍ମନ୍ତ ରାୁତରାୟ, ଦେବବ୍ରତ ରାୟ, ବିରାଜ ବିଶ୍ୱାଳ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Related Post