Fri. Apr 24th, 2026

ଜଳେଶ୍ବର ଅଞ୍ଚଳରୁ ୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

212 Views

ବାଲେଶ୍ୱର/ ଜଳେଶ୍ବର: ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପାଖାପାଖି ସାଢ଼େ ୫ଟା ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗାଁରେ ପୁଲିସ ଏବଂ  ଅବକାରୀ ବିଭାଗର ମିଳିତ ଚଢଉ କରାଯାଇଥିଲା।

ସେହି ରାଜପୁରର ଆବାସ ଖାନ ନାମକ ଜଣେ ବ୍ରାଉନସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଆବାସ ଖାନଙ୍କ ଘରୁ ୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ଏହି ମାମଲାରେ ପୁଲିସ ଆବାସ ଖାନଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାଯାଇଛି।

ବାଲେଶ୍ଵର ଅବକାରୀ ଓ ପୁଲିସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଓ ପୁଲିସ ଦ୍ୱାରା ଏହି ମିଳିତ ଚଢ଼ଉ ହୋଇଥିଲା। ଜଳେଶ୍ବର ଅଞ୍ଚଳରେ ଅନେକ ସମୟରେ ଚଢ଼ଉ କରାଯାଇ ବ୍ରାଉନସୁଗାର ଜବତ କରାଯାଉଥିଲେ ବି ଏହି କାରବାର ବନ୍ଦ ହେଉ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

By amfnews

Related Post