Thu. Sep 3rd, 2026

ଜଳିଗଲା କୋଇଲା ବୋଝେଇ ଟ୍ରକ୍

240 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନାଶ୍ୟାମ ସୁନ୍ଦରପୁର୍ ପୋଲ ଉପରେ ଗତକାଲି ରାତିରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରକ୍‌ଟି ପାରାଦୀପରୁ କୋଇଲା ଧରି କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଟ୍ରକଟି ହୁତୁ ହୁତୁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।


କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରକ୍‌ରେ ହେଲପର୍ ନଥିବା ବେଳେ ଡ୍ରାଇଭର୍ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଟ୍ରକ୍‌ରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post